ଡ଼୍ରଗ୍ସ ମାମଲାରେ ୩ ବଡ଼ ବଲିଉଡ଼ ଅଭିନେତାଙ୍କ ସମ୍ପର୍କ ସ୍ପଷ୍ଟ କଲା ଏନସିବି : ଏସ୍-ଆର୍-ଏରୁ ନାଁ ଆରମ୍ଭ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ସହ ଜଡ଼ିତ  ଡ୍ରଗ୍ସ ରାକେଟରେ ଏନସିବି (ନାରକୋଟିକ୍‌‌ସ ବ୍ୟୁରୋ) ପ୍ରତିଦିନ ନୂଆନୂଆ ଗୁମର ଖୋଲୁଛି ।  ଏହି କ୍ରମରେ, ବର୍ତ୍ତମାନ ତିନିଜଣ ବଡ ଅଭିନେତାଙ୍କ ନାମ ବାହାରକୁ ଆସୁଛି ।  ଏହି ତିନି ଅଭିନେତାଙ୍କ ନାମ ଯଥାକ୍ରମେ ଏସ, ଆର୍ ଏବଂ ଏ ରୁ ଆରମ୍ଭ ବୋଲି କୁହାଯାଉଛି ଏବଂ ଖୁବ୍ ଶୀଘ୍ର ଏନସିବି ଏହି ତିନି କଳାକାରଙ୍କୁ ଡକାଇବାର ପ୍ରସ୍ତୁତି ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଏହି ମାମଲାର ଅନୁସନ୍ଧାନ ପାଇଁ ଏନସିବି  ଅହମ୍ମଦାବାଦ, ଇନ୍ଦୋର, ଚେନ୍ନାଇ ଏବଂ ବେଙ୍ଗାଲୁରୁ ଅଦି ବିଭିନ୍ନ ସହରରୁ ଅତିରିକ୍ତ ଦଳ ଡକାଇଛି।। ସୂଚନାନୁସାରେ, ଏନସିବି ତିନି ବଡ କଳାକାରଙ୍କ ଫୋନକୁ ନଜରରେ ରଖିଛନ୍ତି ।   ଏନସିବି ବର୍ତ୍ତମାନ ଏହି ତିନିଜଣଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରୁଛି। ପ୍ରମାଣ ମିଳିବା ମାତ୍ରେ ସମସ୍ତ ତିନିଜଣଙ୍କୁ ପଚରାଉଚରା ପାଇଁ ଡକାଯାଇପାରିବ । ପୂର୍ବରୁ ଦୀପିକା, ସାରା ଅଲ୍ଲୀ ଖାଁ, ଶ୍ରଦ୍ଧା କପୁର ଓ ରାକୁଲପ୍ରୀତ ସିଂହଙ୍କ ମୋବାଇଲ ଏନସିବି ଜବତ କରିଥିଲା ।

Comments are closed.