୮୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ

ଜଳେଶ୍ୱର : ଗୁରୁବାର ଜଳେଶ୍ୱରରୁ ୮ ଶହ ଗ୍ରାମର ବ୍ରାଉନସୁଗର ଜବତ ହୋଇଥିବାବେଳେ ୨ ଜଣ ସନ୍ଦିଗ୍ଧ ଯୁବକଙ୍କୁ ଏସଟିଏଫ ଟିମ ଉଠାଇ ନେଇଛି। ଜବତ ବ୍ରାଉନସୁଗରର ମୂଲ୍ୟ ୮୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଜଳେଶ୍ୱରରୁ ବାରମ୍ବାର ଅପରାଧୀମାନଙ୍କୁ ବିଭିନ୍ନ ସ୍ଥାନରେ ଧରାଯାଉଥିବାବେଳେ ଏହାର ପରିସମାପ୍ତି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ ଏସଟିଏଫର ଏକ ଟିମ ଜଳେଶ୍ୱର ଆସି ୬୦ନଂ ଜାତୀୟ ରାଜପଥର ସାଇ ଫିଲିଙ୍ଗ ଷ୍ଟେସନ ନିକଟରେ ଛକି ରହିଥିଲା। ସେମାନେ ନିକଟସ୍ଥ ଏକ ହୋଟେଲରୁ ୨ ଯୁବକଙ୍କ ଉପରେ ଚଢ଼ଉ କରି ଖାନ ତଲାସ କଲା ପରେ ତାଙ୍କ ନିକଟରେ ୮୦୦ ଗ୍ରାମର ବ୍ରାଉନସୁଗର ଜବତ କରିଛନ୍ତି। ଜଳେଶ୍ୱର ଥାନା ଅନ୍ତର୍ଗତ ସେକ୍ବାର୍ଡ (ଝାଡେଶ୍ୱରପୁର)ଗାଁର ସେକ ନସୀମ ନାମକ ଜଣେ ଯୁବକକୁ କାବୁ କଲାବେଳକୁ ନିକଟରେ ଶାଳିକୋଠା ଗାଁର ଗୌରୀଶଙ୍କର ପଣ୍ଡା ଓରଫ ଟିଟୁକୁ ମଧ୍ୟ ଏହି ଘଟଣାରେ ଗିରଫ କରାଯାଇଛି। ଅତୀତରେ ଟୁଟୁ ଜଳେଶ୍ୱରର ଏକ ଗ୍ୟାସ ଏ​‌େ​‌ଜନ୍ସିରେ କର୍ମଚାରୀ ଭାବେ କାର୍ଯ୍ୟ କରିଅାସୁଥିବା ଜଣାଯାଇଛି। ପ୍ରକାଶଯୋଗ୍ୟ ଅତୀତରେ ଜଳେଶ୍ୱର ଅଞ୍ଚଳରୁ ବହୁ ପରିମାଣର ବ୍ରାଉନସୁଗର ଜବତ ଘଟଣାରେ ପୁଲିସ ଓ ଏସଟିଏଫ ଟିମ ବହୁ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲେ ମଧ୍ୟ ଏତେ ପରିମାଣର ବ୍ରାଉନସୁଗର କେବେ ଧରାପଡ଼ିନଥିଲା। ଅତୀତରେ ମାଛ ପେଟରେ, ବାଇକରେ, କାରରେ, କଦଳୀ ଟ୍ରକରେ ବ୍ରାଉନସୁଗର ଚାଲାଣର ନଜିର ଥିବାବେଳେ ଏହି ଘଟଣାରେ ଗାଡ଼ି ସଂପର୍କରେ ଜଣାପଡ଼ିନାହିଁ। କିଛି ଦିନ ତଳେ ଜଳେଶ୍ୱରର ପୂର୍ବତନ ଆଇଆଇସି ଧନେଶ୍ୱର ସାହୁଙ୍କ ସହିତ ଜଣେ ଧଳାଜହର ମାଫିଆଙ୍କ ସଂପୃକ୍ତି ଓ ଅଡିଓ ଭାଇରାଲ ହେବା ପରେ ଏପରି ଘଟଣାକୁ କ୍ରାଇମବ୍ରାଞ୍ଚ ହାତକୁ ନେଇଛି। କେବଳ ଏହି ୨ ଯୁବକ ନୁହନ୍ତି, ଜଳେଶ୍ୱର ଅଞ୍ଚଳର ବହୁ ବ୍ୟକ୍ତିଙ୍କର ସମ୍ପୃକ୍ତି, ଧଳାଜହର କାରବାରରେ ପୁଞ୍ଜି ନିବେଶ ଇତ୍ୟାଦି କରିଆସୁଥିଲେ ମଧ୍ୟ ପୁଲିସ, ଏସ୍ଟିଏଫ ଓ କ୍ରାଇମବ୍ରାଞ୍ଚ ଟିମ କେବେ ରସହ୍ୟ ଉନ୍ମୋଜନ କରିବ ତାହା ଦେଖିବାକୁ ବାକି ରହିଲା।

Comments are closed.