ଜମାଟୋ ଡ଼େଲିଭରୀ ବୟ ପୋଷାକ ପିନ୍ଧି ଡ଼୍ରଗ୍ସ ଚାଲାଣ: ୩ ଗିରଫ

ମୁମ୍ବାଇ: ଡ଼୍ରଗ୍ସ ଚାଲାଣ ପାଇଁ ଫୁଡ଼ ଡ଼େଲିଭରୀ କମ୍ପାନୀ ଜମାଟୋର ପୋଷାକ ପିନ୍ଧି କାରବାର କରିବା ପରି ଘଟଣା ଏବେ ମୁମ୍ବାଇରେ ଅଲୋକକୁ ଆସିଛି । ଏହି ଘଟଣାରେ ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ ୩ ଜଣ ଯୁବକଙ୍କୁ ଗିରଫ କରିଛି ।

ତଦନ୍ତ ଅଧିକାରୀ ନନ୍ଦକୁମାର ଗୋପାଲଙ୍କ ସୂଚନା ଅନୁସାରେ  ଉସ୍ଜାନ ନାମକ ଜଣେ ଯୁବକ ଏହି କାରବାରର ମୁଖିଆ । ସେ  ଅନେକ ଲୋକଙ୍କୁ ଡ୍ରଗ୍ସ ଡେଲିଭରି ପାଇଁ ସାଥିରେ ରଖିଥିଲା, ଯେଉଁମାନେ  ଜୋମାଟୋର ଟି ସାର୍ଟ ପିନ୍ଧୁଥିଲେ ଏବଂ ଠିକଣା ଜାଗାରେ ଡ୍ରଗ୍ସ ପହଞ୍ଚାଉଥିଲେ, ହେଲେ ଜୋମାଟୋ ସହିତ ସେମାନଙ୍କର କୌଣସି ସଂପର୍କ ନଥିଲା। । ଉସ୍ମାନ ନିଜେ ଅନେକ ଥର ଏହି ଶୈଳୀରେ ଡ୍ରଗ୍ସ ଡେଲିଭରି କରିଥିବା କହିଛି।  ଅନ୍ଧେରୀ, ଲୋଖଣ୍ଡଓ୍ଵାଲାଠୁ ନେଇ ବାନ୍ଦ୍ରା ପର୍ଯ୍ୟନ୍ତ ଅନେକ ଲୋକଙ୍କୁ ଡ଼୍ରଗ୍ସ ଯୋଗାଇଥିବା ଉସ୍ମାନ ସ୍ବୀକାର କରିଛି । ଏହା ପୂର୍ବରୁ ଏନସିବି ଜୈଦ ଭିଲାତ୍ରା ଓ ଅଙ୍କୁଶ ନାମକ ଦୁଇ ଯୁବକଂକୁ ଗିରଫ କରିଛି । ସେମାନେ ମଧ୍ୟ ଡ଼େଲିଭରୀ ବୟ ସାଜି ଡ଼୍ରଗ୍ସ ସପ୍ଲାଏ କରୁଥିଲେ ।

Comments are closed.