ପୋଖରୀରେ ବୁଡି ଜଣେ ନାବାଳିକା ମୃତ, ୨ଗୁରୁତର

ନୂଆପଡା : ପୋଖରୀରେ ବୁଡି ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ଏପରି ଦୁଃଖଦ ଘଟଣା ନୂଆପଡା ଜିଲାର ବୋଡେନ୍ ଥାନା ନିକଟ ଧରଣୀମାଲ ଗ୍ରାମରେ ଘଟିଛି। ୨ଜଣ ଗୁରୁତର ନାବାଳିକାଙ୍କୁ ଉଦ୍ଧାର କରାଯାଇ ଖଡିଆଳ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତ ନାବାଳିକାଙ୍କ ବୟସ ୧୧ବର୍ଷ ହେବ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଯେ, ବୁଧବାର ୩ଜଣ ସାଙ୍ଗ ଗାଁ ପାଖ ପୋଖରୀରେ ଗାଧୋଉ ଥିଲେ। ସେହି ସମୟରେ ଜଣେ ନାବାଳିକା ବୁଡି ମୃତ୍ୟୁ ବରଣ କରିଥିଲେ। ଏହାସହ ୨ଜଣ ଗୁରୁତର ହୋଇଥିଲେ ।

 

Comments are closed.