ବୈତରଣୀ ନଦୀରେ ବୁଡି ଶିଶୁ ମୃତ

0

ଘସିପୁରା : କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ନୂଆଗଡ ଗ୍ରାମରେ ଏକ ଅଘଟଣ ଘଟିଛି। ବୈତରଣୀ ନଦୀରେ ଡଙ୍ଗା ଭସାଇବାକୁ ଯାଇଥିବା ବେଳେ ବୁଡି ଜଣେ ଶିଶୁର ମୃତ୍ୟୁ ହୋଇଯାଇଛି। ମୃତ ଶିଶୁର ନାମ ଶୁଭମ ରାଉତ (୮)।

ସୂଚନାଯୋଗ୍ୟ ଯେ, ଶୁଭମ ଡଙ୍ଗା ଭସାଇବାକୁ ଯାଇଥିବା ବେଳେ ନଦୀରେ ବୁଡି ଯାଇଥିଲା। ଏହା ଦେଖି ତାର ସାଙ୍ଗମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ଶୁଭମକୁ ନଦୀରେ ସଙ୍ଗେ ସଙ୍ଗେ ଖୋଜାଖୋଜି କରିବା ସହ ଘସିପୁରା ଦମକଳ ବାହିନୀକୁ ଖବର ଦେଇଥିଲେ। ତା ପରେ ଶୁଭମକୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ରାମଚନ୍ଦ୍ରପୁର ପୁଲିସ ମୃତଦେହ ଜବତ କରିଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।

Leave A Reply