ଗାଧେଇବାକୁ ଯାଇ ୨ ନାବାଳିକା, ଜଣେ ନାବାଳକର ମୃତ୍ୟୁ

ନବରଙ୍ଗପୁର: ବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅନ୍ତର୍ଗତ ତହରା ପଞ୍ଚାୟତ କର୍ଲାଦେଇ ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଅଘଟଣା ଘଟିଛି । ପାଣିରେ ବୁଡି ଦୁଇ ନାବାଳିକା ଓ ଜଣେ ନାବାଳକର ମୃତ୍ୟୁ ଘଟିଛି । ମୃତ ନାବାଳିକା ଦ୍ବୟ ହେଲେ ରଶ୍ମିତା ସାନ୍ତା (୫) ଓ ଶାନ୍ତି ସାନ୍ତା (୪) । ଅନ୍ୟଜଣେ ନାବଳକ ହେଲା ଦଶରଥ ସାନ୍ତା (୩) ।

ସୂଚନା ଅନୁଯାୟୀ, ଏହି ଗ୍ରାମ ନିକଟରେ ଥିବା ତେଲ ନଦୀକୁ ରଶ୍ମିତା, ଶାନ୍ତି ଓ ଦଶରଥ ଗାଧେଇବାକୁ ଯାଇଥିଲା । ଗାଧୋଉଥିବା ସମୟରେ ୩ଜଣ ପାଣିରେ ବୁଡି ଯାଇଥିଲେ । ଘଟଣା ସ୍ଥଳରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

 

 

Comments are closed.