ବ୍ରାହ୍ମଣୀ ନଦୀରେ ବୁଡି ଦୁଇ ଛାତ୍ର ମୃତ

0

ଯାଜପୁର: ବ୍ରାହ୍ମଣୀ ନଦୀରେ ବୁଡି ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ର ହେଲେ ରାହୁଲ ବାରିକ (୧୩) ଓ କାର୍ତିକ ବାରିକ (୧୪)। ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ବରୀ ଥାନାର ବ୍ରାହ୍ମଣୀ ନଦୀର ତିନି ମୁହାଣୀ ସହୂପଡା ଘାଟ ଠାରେ ଆଜି ୪ଜଣ ଛାତ୍ର ଗାଧୋଇବାକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣ ବୁଡି ଯାଇଥିଲେ । ଖବର ପାଇ ସ୍ଥାନୀୟଲୋକ ତାଙ୍କୁ ଉଦ୍ଧାର କରିବା ବେକୁ ସେମାନଙ୍କ ମୃତ୍ୟୁ ହୋଇ ସାରିଥିଲା । ଘଟଣାସ୍ଥଳରେ ବରୀ ପୁଲିସ ପହଞ୍ଚି ମୃତଦେହକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଛେଦ ପାଇଁ ପଠାଇଛି ।

Leave A Reply