ମହାନଦୀରେ ବୁଡି ନାବାଳିକା ମୃତ

ବାଙ୍କୀ: ମହାନଦୀ ସୁନାଦେଇ ଠାରେ ରବିବାରଦିନ ଅପରାହ୍ନ ସମୟରେ ଘଟିଯାଇଛି ଏକ ଅଘଟଣ। ଆନ୍ଧ୍ରପ୍ରଦେଶରୁ ଆସି ବାଙ୍କୀ ଏନ.ଏ.ସି ଅନ୍ତର୍ଗତ ନୃସିଂହ ଛକ ଠାରେ ପରିବାର ସହ ରହି ମୁଢି ବ୍ୟବସାୟ କରୁଥିବା ଏକ ପରିବାରର ୪ଜଣ ସଦସ୍ୟ ସୁନାଦେଇ ନଦୀ ତୁଠକୁ ଗାଧୋଇବାକୁ ଯାଇଥିଲେ। ବାପା ନଦୀରେ ଗାଧୋଉଥିଲା ବେଳେ ୩ଜଣ ପୁଅ ଓ ଝିଅ ତୁଠର ଟିକେ ଉପରକୁ ଗାଧୋଉଥିଲା ବେଳେ ଗୋଡ ଖସି ପ୍ରଖର ଶ୍ରୋତରେ ଭାସିଯାଇଥିଲେ। ସ୍ଥାନୀୟ ଲୋକ ଓ ମତ୍ସ୍ୟଜିବୀ ୨ଜଣଙ୍କୁ ଉଦ୍ଧାର କରିଥିଲା ବେଳେ ୧୪ବର୍ଷର ନାବାଳିକା ଝିଆରୀ ଲକ୍ଷ୍ମୀ ଶ୍ରୋତରେ ନିଖୋଜ ହୋଇଛନ୍ତି। ବାଙ୍କୀ ଅଗ୍ନିଶମ ବାହିନୀ ଖବର ପାଇ ପହଞ୍ଚି ମହାନଦୀରେ ଦୀର୍ଘ ସମୟ ଖୋଜାଖୋଜି କଲାପରେ ନିଖୋଜ ନାବାଳିକା ଲକ୍ଷ୍ମୀ ନଦୀରୁ ଉଦ୍ଧାର କରି ବାଙ୍କୀ ମେଡିକାଲକୁ ଆଣିଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଛନ୍ତି।