ମହାନଦୀ ଯାତମୁଣ୍ଡିଆ ସେତୁରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

କଳାପଥର(ବାଙ୍କୀ) : ଯାତମୁଣ୍ଡିଆ-ସୁବର୍ଣ୍ଣପୁର ହାଇ ଲେବୁଲ ସେତୁ ଉପରୁ ଜୈନେକା ମହିଳା ମଙ୍ଗଳବାର ଅପରାହ୍ନ ସମୟରେ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ମହିଳା ଜଣଙ୍କ ବଡମ୍ବା ଥାନାଅନ୍ତର୍ଗତ ଜରିପୁଟ ଗ୍ରାମର ଲିପା ନାୟକ ବୋଲି ଜଣାପଡ଼ିଛି ।

ମିଳିଥିବା ଖବର ଅନୁଯାୟୀ, ଲିପା ମୋବାଇଲରେ କାହା ସହିତ କଥାବାର୍ତ୍ତା ହୋଇ ଯାଉଥିଲେ। ହଠାତ୍‍ ସେ ଯାତମୁଣ୍ଡିଆ ବ୍ରିଜ ଉପରୁ ମହାନଦୀ ଗର୍ଭକୁ ଡେଇଁ ପଡିଥିବା କେତେକ ପ୍ରତ୍ୟେକ୍ଷଦର୍ଶୀ ଦେଖିବାକୁ ପାଇଥିଲେ। ଘଟଣାନେଇ ପ୍ରତ୍ୟେକ୍ଷଦର୍ଶୀମାନେ ଲୋକମାନଙ୍କୁ କହିବାପରେ ଘଟଣାସ୍ଥଳରେ ବାଙ୍କୀ ଓ ଡମପଡା ଦମକଳ ବାହିନୀ କର୍ତ୍ତୃପକ୍ଷ ପହଞ୍ଚିଥିଲେ। ସେହିପରି ବାଙ୍କୀ ଓ ସୁବର୍ଣ୍ଣପୁର ପୁଲିସ୍‍ ପହଞ୍ଚିଥିଲା। ଦମକଳ ବାହିନୀ ପକ୍ଷରୁ ମୋଟର ବୋଟ ସହାୟତାରେ ଖୋଜାଖୋଜି ଆରମ୍ଭ ହୋଇଥିଲା। ବହୁ ଖୋଜାଖୋଜି ପରେ ସନ୍ଧ୍ୟା ବେଳକୁ ନିଖୋଜ ମହିଳାଙ୍କର ଶବ ମିଳିଥିଲା। ଏହି ଘଟଣାନେଇ ବାଙ୍କୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସଂନ୍ଧାନ ଜାରି ରଖିଛି।

Comments are closed.