ଦୁଇ ଭଉଣୀଙ୍କୁ ଉଦ୍ଧାର କରିବାକୁ ଯାଇ ବୁଡ଼ିଗଲେ ଦୁଇ ଭାଇ; ହାତ ଧରାଧରି ହୋଇ ୪ଜଣ ଚାଲିଗଲେ ଆରପାରି

ଢେଙ୍କାନାଳ : ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଅଞ୍ଚଳରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି । ପୋଖରୀରେ ବୁଡି ୪ଜଣ ନାବାଳକ, ନାବାଳିକାଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଉକ୍ତ ୪ଜଣ ନାବାଳକ, ନାବାଳିକା ଗୋବିନ୍ଦପୁର ବାରବାଙ୍କ ସାହିର ପୋଖରୀକୁ ଗାଧେଇବାକୁ ଯାଇଥିଲା । ଗାଧୋଇବା ବେଳେ ଗୋଡ଼ ଖସିଯିବାରୁ ବୁଡି ଯାଇଥିବା ଜଣାପଡିଛି। ସମସ୍ତଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରି ଢେଙ୍କାନାଳ ମେଡିକାଲରେ ଭର୍ତ୍ତି କରାଇଥିଲେ। ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ମୃତ ୪ଜଣ ଜଣ ସମ୍ପର୍କୀୟ ଭାଇଭଉଣୀ ହୋଇଥିବା ସୂଚନା । ଦୁଇ ଭଉଣୀ ପାଣିରେ ବୁଡ଼ି ଯାଉଥିବା ଦେଖି ପାଣିକୁ ଡ଼େଇଁପଡ଼ିଥିଲେ ଦୁଇ ଭାଇ । ମାତ୍ର କେହି ପାଣିରୁ ବାହାରି ପାରିଲେ ନାହିଁ ।  ପାଣିରେ ବୁଡ଼ି ୪ ଜଣଙ୍କର ଜୀବନ ଚାଲିଯାଇଛି । ମୃତକ ମାନେ ହେଉଛନ୍ତି  ଗୋଟିଏ କୁଟୁମ୍ବର । ତୃପ୍ତିମୟୀ ଦେହୁରୀ ୧୬ ବର୍ଷ, ତୃପ୍ତିବାଳା ଦେହୁରୀ ୧୩ ବର୍ଷ, ନେହାଲ ଦେହରୁୀ ୮ ବର୍ଷ ଏବଂ ରାଜେଶ ଦେହୁରୀ ୧୦ ବର୍ଷ । ଘରର ରତ୍ନମାନଙ୍କୁ ହରାଇ ଶୋକରେ ଫାଟିପଡ଼ୁଛି ପରିବାର ।

 

Comments are closed.