ମହାନଦୀକୁ ଡେଇଁ ଯୁବକ ନିଖୋଜ

ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲାର ତାରପୁର ନିକଟରେ ଜଣେ ଯୁବକ ମହାନଦୀକୁ ଡେଇଁ ପଡିଛନ୍ତି। ସେହି ରାସ୍ତା ଦେଇ ବାଇକ୍‌ରେ ଯାଉଥିବା ଅନ୍ୟ ଜଣେ ଯୁବକ ଏହି ଦୃଶ୍ୟକୁ ବାଇକ୍‌ ମିରରରେ ଦେଖିବା ପରେ ସ୍ଥାନୀୟଲୋକ ଓ ପୁଲିସକୁ ଜଣାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି। ଯୁବକଙ୍କ ପରିଚୟ ମିଳିନାହିଁ।

Comments are closed.