ମନ୍ଦିର ପୋଖରୀରେ ବୁଡି ଯୁବକ ମୃତ

ଗଞ୍ଜାମ : ମନ୍ଦିର ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଗଞ୍ଜାମ ଜିଲା ଦିଗାପଡା ଧନଞ୍ଜୟପୁର ଗ୍ରାମରେ ଘଟିଛି। ମୃତ ଯୁବକ ଜଣକ କୋଦଳା ସାମନ୍ତରାପୁର ସାହିରେ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଯୁବକ ଜଣକ ଗ୍ରାମର ପୋଖରୀକୁ ଶୁକ୍ରବାର ଗାଧୋଇବାକୁ ଯାଇଥିବା ବେଳେ ବୁଡି ଯାଇଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି।

Comments are closed.