ସମୁଦ୍ରରେ ଭାସି ଛାତ୍ର ନିଖୋଜ

ପୁରୀ : ପୁରୀ ସମୁଦ୍ରରେ ଶନିବାର ଅପରାହ୍ନରେ ଏକ ଅଘଟଣ ଘଟିଛି । ସମୁଦ୍ରରେ ଗାଧୋଉ ଥିବା ବେଳେ ଜଣେ ଛାତ୍ର ଭାସି ଯାଇ ନିଖୋଜ ହୋଇ ଯାଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଚୈତନ୍ୟ ଛକ ନିକଟ ସ୍ବର୍ଗଦ୍ବାର ସମ୍ମୁଖ ସମୁଦ୍ରରେ ୩ ଜଣ ଛାତ୍ର ଗାଧୋଉ ଥିଲେ । ଏହି ସମୟରେ ସମୁଦ୍ରରେ ଜୁଆର ଆସିବାରୁ ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ଭାସି ଯାଇଥିଲେ । ଏପର୍ଯ୍ୟନ୍ତ ନିଖୋଜ ଛାତ୍ରଙ୍କ କୌଣସି ପତ୍ତା ମିଳିନାହିଁ । ନିଖୋଜ ଛାତ୍ରଙ୍କ ନାମ ଅଭିଷେକ ପାଣ୍ଡେ ଏବଂ ତାଙ୍କ ଘର ବିହାରରେ । ୩ ଜଣ ଛାତ୍ର ଭୁବନେଶ୍ବରସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ବୋଲି ଜଣାପଡିଛି ।

Comments are closed.