ଋଷିକୁଲ୍ୟାରେ ଦୁଇ ଭାଇ ଭାସିଯିବା ଘଟଣା: ମିଳିଲା ଜଣଙ୍କ ମୃତଦେହ

0

ଛତ୍ରପୁର: ଋଷିକୁଲ୍ୟା ନଦୀରେ ଦୁଇ ଭାଇ ଭାସିଯିବା ଘଟଣାରେ ଜଣଙ୍କର ମୃତଦେହ ଗୁରୁବାର ମିଳିଛି। ଅନ୍ୟ ଜଣଙ୍କ ପତ୍ତା ବର୍ତ୍ତମାନ ସୁଦ୍ଧା ମିଳି ନଥିବା ଜଣାପଡିଛି। ଗ୍ରାମବାସୀ ଜଣଙ୍କର ମୃତଦେହ ଉଦ୍ଧାର କରିଛନ୍ତି। ଅଗ୍ନିଶମ ବିଭାଗ ନିଖୋଜଙ୍କୁ ଖୋଜିବାକୁ ପ୍ରୟାସ ଜାରି ରଖିଛନ୍ତି।
ସୂଚନାଯୋଗ୍ୟ ଯେ, ବୁଧବାର ଅପରାହ୍ନ ସମୟରେ ପୁରୁଷୋତ୍ତମପୁର ବ୍ଲକ ଭୀମପୁର ନିକଟରେ ଦୁଇ ଭାଇ ଗାଧୋଉଥିବା ବେଳେ ଭାସି ଯାଇଥିଲେ। ଦୁଇ ଜଣଙ୍କ ବୟସ ୧୩ବର୍ଷ ଓ ୧୭ବର୍ଷ। ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦୁଇ ଭାଇଙ୍କୁ ଖୋଜାଖୋଜି କରୁଥିଲେ।

Leave A Reply