ଋଷିକୁଲ୍ୟା ନଦୀରେ ଭାସିଗଲେ ଦୁଇ ଭାଇ

0

ଛତ୍ରପୁର: ଗାଧୋଇବା ବେଳେ ଋଷିକୁଲ୍ୟା ନଦୀରେ ଦୁଇ ଭାଇ ଭାସି ଯାଇଛନ୍ତି। ପୁରୁଷୋତ୍ତମପୁର ବ୍ଲକ ଭୀମପୁର ନିକଟରେ ଗାଧୋଉଥିବା ବେଳେ ଦୁଇ ଭାଇ ଭାସି ଯାଇଛନ୍ତି। ଦୁଇ ଭାଇଙ୍କ ବୟସ ୧୩ ବର୍ଷ ଓ ୧୭ ବର୍ଷ ହେବ ବୋଲି ସୂଚନା ମିଳିଛି। ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଯାଇ ଖୋଜାଖୋଜି କରିବାରେ ଲାଗିଛନ୍ତି। ଦମକଳ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Leave A Reply