ଉଦ୍ଧାର କରିବାକୁ ଯାଇ ଫସିଲେ ଉଦ୍ଧାରକାରୀ ଦଳ

0

ପାରାଦୀପ: ଗାନ୍ଧୀ ଜୟନ୍ତୀ ପାଳନ ବେଳେ ସମୁଦ୍ରରେ ବୁଡି ନିଖୋଜ ହୋଇଥିବା ଜଣେ ଛାତ୍ରଙ୍କୁ ଉଦ୍ଧାର କରିବାକୁ ଯାଇ କୋଷ୍ଟଗାର୍ଡର ସ୍ପିଡବୋଟ୍ ଜେମିନୀ ଓଲଟି ପଡିଛି। ସେଥିରେ ମୋଟ ୬ଜଣ ଉଦ୍ଧାରକାରୀ ଯାଇଥିଲେ। ସ୍ପିଡବୋଟ୍ ଜେମିନୀ ଓଲଟି ପଡିବା ସତ୍ତ୍ବେ ସମସ୍ତେ ଅଳ୍ପକେ ବଞ୍ଚି ଯାଇଛନ୍ତି। ସମୁଦ୍ର ମଧ୍ୟରେ ସେମାନଙ୍କର ମୋବାଇଲ, ୱାକିଟକି ସମେତ ସମସ୍ତ ଜିନିଷପତ୍ର ହଜିଯାଇଛି। ତେବେ ନିଖୋଜ ଥିବା ଛାତ୍ରଙ୍କର ବର୍ତ୍ତମାନ ପର୍ୟ୍ୟନ୍ତ କୌଣସି ପତ୍ତା ମିଳି ନଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ, ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ସମୁଦ୍ରରେ ୩ ଛାତ୍ର ବୁଡି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ଜଣ ଛାତ୍ରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ହୋଇଯାଇଥିଲେ। ପାରାଦୀପ ବେଳାଭୂମିରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ବେଳେ ଏହି ଅଘଟଣ ଘଟିଥିଲା। ପାରାଦୀପ ପୌରପାଳିକା ପକ୍ଷରୁ ଏହି କାର୍ଯ୍ୟକ୍ରମ ଚାଲିଥିଲା।

Leave A Reply