ସମୁଦ୍ରରେ ବୁଡିଗଲେ ୩ ଛାତ୍ର

0

ପାରାଦୀପ: ଆଜି ସମଗ୍ର ଭାରତରେ ଗାନ୍ଧି ଜୟନ୍ତୀ ପାଳନ ହେଉଥିବା ବେଳେ ଏକ ଅଘଟଣ ଘଟିଛି। ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଚାଲିଥିବା ସମୁଦ୍ରରେ ୩ ଛାତ୍ର ବୁଡି ଯାଇଛନ୍ତି। ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକମାନେ ମିଶି ୨ଜଣ ଛାତ୍ରଙ୍କୁ ଉଦ୍ଧାର କରିଥିଲେ। ତେବେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ଛାତ୍ରମାନେ ପାରାଦୀପ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଅଟନ୍ତି। ଉଦ୍ଧାର ଦୁଇ ଛାତ୍ର ହେଲେ ଶୁଭମ କୁଲୁ ଓ ସାଇ ଜ୍ୟୋତି। ନିଖୋଜ ଛାତ୍ର ହେଲେ ଅଂଶୁମାନ ଦାସ। ଉଦ୍ଧାର ଦୁଇ ଛାତ୍ରଙ୍କୁ ପୋର୍ଟ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ନିଖୋଜ ଛାତ୍ରଙ୍କୁ ଖୋଜା ଚାଲିଛି।

ସୂଚନାଯୋଗ୍ୟ ଯେ,ପାରାଦୀପ ପୌରପାଳିକା ପକ୍ଷରୁ ବେଳାଭୂମିରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା।ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ କିଛି ଛାତ୍ର ସମୁଦ୍ରରେ ଗାଧୋଉଥିବାବେଳେ ସେମାନଙ୍କ ଭିତରୁ ତିନିଜଣ ଛାତ୍ର ସମୁଦ୍ରରେ ବୁଡି ଯାଇଥିଲେ।

Leave A Reply