ବୈତରଣୀ ନଦୀରେ ବୁଡି ଯାଉଥିବା ବୃଦ୍ଧଙ୍କୁ ଉଦ୍ଧାର କଲେ ସାମ୍ବାଦିକ

କେଶଦୁରାପାଳ: ବୈତରଣୀ ନଦୀରେ ବୁଡି ଯାଉଥିବା ଜଣେ ବୃଦ୍ଧଙ୍କୁ ଉଦ୍ଧାର କରାଯାଇଥିବା ଜଣାଯାଇଛି । ସୁଚନାରୁ ଜଣାଯାଏ ଘସିପୁରା ଥାନା ଅନ୍ତର୍ଗତ ବାରିଗାଁ ଗ୍ରାମର ନବଘନ ସାହୁ (୭ଠ ) ନିଜର ସ୍ଵାସ୍ଥ୍ୟ ସମସ୍ୟା ନେଇ ଆନନ୍ଦପୁର ଡାକ୍ତରଖାନାକୁ ଆସିଥିଲେ । ସେଠାରୁ ବୈତରଣୀ ନଦୀରେ ନିର୍ମାଣ ହେଉଥିବା ବ୍ୟାରେଜ ଦେଖବା ପାଇଁ ଝାଡ଼େଶ୍ଵର ମନ୍ଦିର ନିକଟ ବୈତରଣୀ ନଦୀକୁ ଯାଇଥିଲେ । ସେହି ସମୟରେ ନବଘନକୁ ସୋସ ହୋଇଥିଲା ସେ ହାତ ମୁହିଁ ଧୋଇହେବା ସହ ପାଣି ପିଇବା ପାଇଁ ନଦୀକୁ ଓହ୍ଲାଇ ଥିଲେ ଠିକ୍ ସେତିକିବେଳେ ଭାରସାମ୍ୟ ହରାଇ ନବଘନ ପାଣିରେ ପଡ଼ି ନଦୀରେ ଭାସିଯାଇଥିଲେ ଏହା ଦେଖି ସୁରେଶ ଚନ୍ଦ୍ର ତ୍ରୀପାଠୀପାଟି କରିଥିଲେ । ରଞ୍ଜନ କୁମାର ପଟନାୟକ, ପଶାନ୍ତ କୁମାର ସାହୁ , ଓ ସାମ୍ବାଦିକ ରତିକାନ୍ତ ସାହୁ , ପ୍ରମୁଖ ନଦୀ କୁଳକୁ ଦୌଡି ଯାଇଥିବା ବେଳେ ସାମ୍ବାଦିକ ଭୟ ନ କରି ନଦୀମଝିକୁ ଡେଇଁ ପଡ଼ି ବୃଦ୍ଧଙ୍କ ଜୀବନ ରକ୍ଷା କରିଥିଲେ । ଏହି ସମୟରେ ସୁମନ୍ତ ମହାପାତ୍ର, ଦିନବନ୍ଧୁ ସାହୁ, ଚକ୍ରଧର ସାହୁ, ସୁଡାମ ପଣ୍ଡା, ଅନନ୍ତ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲୋ

Comments are closed.