ଭିନ୍ନ ଭିନ୍ନ ସ୍ଥାନରେ ପାଣିରେ ବୁଡି ଦୁଇ ମୃତ

0

କାମାକ୍ଷାନଗର/ବାଲେଶ୍ବର: ଭିନ୍ନ ଭିନ୍ନ ସ୍ଥାନରେ ପାଣିରେ ବୁଡି ଦୁଇ ଜଣଙ୍କ ମୃତ୍ୟୁ ହୋଇଯାଇଛି। କାମାକ୍ଷାନଗରରେ ଗାଧୋଉଥିବା ବେଳେ ବନ୍ଧରେ ବୁଡି ଜଣକର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି କାମାକ୍ଷାନଗର ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମର ନାମ ଗିରୀଧାରୀ ଦେହୁରୀ। ମଙ୍ଗଳବାର ଅପରାହ୍ନ ସମୟରେ ନାହାକାଣୀ ବନ୍ଧରେ ଗାଧୋଉଥିବା ସମୟରେ ସେ ବୁଡିଯାଇଥିଲେ। କିଛି ସମୟ ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ସେହିପରି ବାଲେଶ୍ବର ଖଇରା ଜଳଦା ଗ୍ରାମର ଶିଶୁ ପାଣିରେ ପଡି ମୃତ୍ୟୁ ହୋଇଯାଇଛି। ଶିଶୁଟିର ବୟସ ଦେଢ ବର୍ଷ ବୋଲି ଜଣାପଡିଛି।

Leave A Reply