ପୋଖରୀରେ ବୁଡି ୨ ନାତୁଣୀଙ୍କ ସହ ଜେଜେମାଙ୍କ ମୃତ୍ୟୁ

0

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅନ୍ତର୍ଗତ ଶାହାପୁରରେ ପୋଖରୀରେ ବୁଡି ତିନି ଜଣଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାରର ଦିନ ଶ୍ରୀଧର ମଳିକଙ୍କ ମାଆ ନିଜ ଦୁଇ ନାତୁଣୀଙ୍କୁ ନେଇ ଘାସ କାଟିବା ପାଇଁ ଯାଇଥିଲେ । ହେଲେ ଦିନ ୧୧ଟା୩୦ବେଳେ ଗ୍ରାମର ଜଣେ ଲୋକ ଶ୍ରୀଧରଙ୍କୁ ତାଙ୍କ ମାଆ ଓ ୨ ଝିଅ ପୋଖରୀରେ ଭାସୁଥିବା କଥା ଖବର ଦେଇଥିଲେ । ସେ ଘଟଣାସ୍ଥଳରେ ପହଞ୍ଚିବା ସହ ଏମାନଙ୍କୁ ପାଣିରେ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ସମସ୍ତଙ୍କର ମୃତ୍ୟୁ ହୋଇ ସାରିଥିଲା । ଏହାପରେ ଶ୍ରୀଧର ଥାନା ଏ ବିଷୟରେ ଅଭିଯୋଗ କରିଛନ୍ତି । ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

 

Leave A Reply