ଡ୍ରୋନରେ ପଠାଯିବ ଟିକା ଓ ଔଷଧ

ବେଙ୍ଗାଲୁରୁ: ଡ୍ରୋନ ମାଧ୍ୟମରେ ଦୁର୍ଗମ ଅଞ୍ଚଳକୁ କରୋନା ଟିକା ଓ ଔଷଧ ଯୋଗାଣ କରିବାର ପ୍ରଥମ ପରୀକ୍ଷାମୂଳକ ବ୍ୟବହାର ଆରମ୍ଭ ହୋଇଛି। ଶୁକ୍ରବାର ବେଙ୍ଗାଲୁରୁ ଠାରୁ ୮୦ କିମି ଦୂର ଗୌରୀବିଦାନୁର ଠାରେ ଏହି ପରୀକ୍ଷାମୂଳକ ବ୍ୟବହାର ଆରମ୍ଭ ହୋଇଛି। ବେଙ୍ଗାଲୁରୁସ୍ଥିତ ଥ୍ରୋଟେଲ ଏରୋସ୍ପେସ୍‌ ସିଷ୍ଟମ୍ସ ଏହି କାର୍ଯ୍ୟ ଆରମ୍ଭ କରିଛି। ଆଗାମୀ ୩୦ରୁ ୪୫ ଦିନ ପାଇଁ ଏହି ପରୀକ୍ଷାମୂଳକ କାର୍ଯ୍ୟ ଚାଲିବ।

ମେଡ କୋପଟର ଡ୍ରୋନର ଦୁଇଟି ମଡେଲକୁ ଏହି କାର୍ଯ୍ୟରେ ନିୟୋଜନ କରାଯାଇଛି। ଗୋଟିଏ ବର୍ଗର ଡ୍ରୋନ ୧ କିଲୋ ଓଜନର ଔଷଧ ୧୫ କିମି ପର୍ଯ୍ୟନ୍ତ ପରିବହନ କରିପାରିବ। ଅନ୍ୟ ଏକ ବର୍ଗର ଡ୍ରୋନ ୨ କିଲୋ ଔଷଧ ୧୨ କିମି ପର୍ଯ୍ୟନ୍ତ ପରିବହନ କରିପାରିବ।

Comments are closed.