ଚୀନ ସୀମା ଜଗିବ ଇସ୍ରାଏଲୀ ଡ଼୍ରୋନ, ଆମେରିକା ନିର୍ମିତ ମାରାତ୍ମକ ହ୍ବିଜର ତୋପ

ଭାରତ-ଚୀନ ସୀମା ବିବାଦ ଓ ସଂଘର୍ଷ ପରେ ଲାଦାଖର ଗଲୱାନ ଉପତ୍ୟାକାରେ ଭାରତୀୟ ସେନା ଜାଗତିଆର। ପ୍ରକୃତ ନିୟନ୍ତ୍ରଣ ରେଖାର ଅପରପାର୍ଶ୍ବରେ ଚୀନ ସେନାର ଗତିବିଧି ଉପରେ ତୀକ୍ଷ୍ମ ନଜର ରଖିଛି ଭାରତ । ଏହା ସହ କୌଣସି ଯୁଦ୍ଧସମ ପରିସ୍ଥିତି ସୃଷ୍ଟି ହେଲେ କାହାର ଅନୁମତିକୁ ଅପେକ୍ଷ ନ କରି ପ୍ରତି ଜବାବ ଦେବାକୁ ଭାରତୀୟ ସେନାକୁ ସ୍ବାଧୀନତା ଦିଆଯାଇଛି । ଏହି ସ୍ଥିତିରେ ଚୀନର ଗତିିବିଧି ଉପରେ ନଜର ରଖିବା ଲାଗି ଇସ୍ରାଏଲୀ ଡ଼୍ରୋନକୁ ବ୍ୟବହାର କରିବାକୁ ନିର୍ଦେଶ ଦିଆଯାଇଛି । ସେହିପରି ସେନାଙ୍କୁ ଅଧିକ ଶକ୍ତିଶାଳୀ କରିବା ନିମନ୍ତେ ଆମେରିକା ନିର୍ମିତ ହ୍ବିଜର ତୋପ ମୁତୟନ ଲାଗି ସେନା ପଦକ୍ଷେପ ନେଇଛି ।

ଇସ୍ରାଏଲ୍ ନିର୍ମିତ ଡ଼୍ରୋନକୁ କେହି କେହି କିଲର୍ ଡ଼୍ରୋନ୍ ମଧ୍ୟ କହନ୍ତି । ଏହି ଡ଼୍ରୋନ କେବଳ ଶତ୍ରୁପକ୍ଷ ସମ୍ପର୍କରେ ସୂଚନା ଦିଏନାହିଁ, ଶତ୍ରୁପକ୍ଷର ବିମାନକୁ ଧ୍ବଂସ କରିବା ପରି ଶକ୍ତି ମଧ୍ୟ ଏହା ନିକଟରେ ରହିଛି । ଶତ୍ରୁ ବିମାନର ରାଡ଼ରକୁ ବିଭ୍ରାନ୍ତ କରିବାରେ ଏହି ଡ଼୍ରୋନ୍ ସକ୍ଷମ ବୋଲି କୁହାଯାଉଛି ।

ହ୍ବିଜର ତୋପ ଆମେରିକା ଦ୍ବାରା ନିର୍ମାଣ କରାଯାଇଛି ।  ଆମେରିକା ଏହାକୁ ନିଜେ ବ୍ୟବହାର କରୁଛି ଏବଂ  ଏହାର ମିତ୍ରରାଷ୍ଟ୍ରଗୁଡ଼ିକୁ ଏହାକୁ ବିକ୍ରି କରିଛି । ପୂର୍ବରୁ କାନାଡ଼ା, ସାଉଦୀଆରବ, ଅଷ୍ଟ୍ରେଲିଆକୁ ଆମେରିକା ଏହି ଅବ୍ୟର୍ଥ ତୋପ ପ୍ରଦାନ କରିଥିଲା । ଏବେ ଏହି ତୋପ ଭାରତକୁ ମିଳିଛି । ତାଲିବାନ ଲଢ଼େଇରେ ଆମେରିକା ଏହି ତୋପ ବ୍ୟବହାର କରିଛି ଏବଂ ହ୍ବିଜରର ନିଶାଣ ଅତି ଅବ୍ୟର୍ଥ ପ୍ରମାଣିତ ହୋଇଛି । ଏହାର ଫାୟାରିଂ ରେଞ୍ଜ ୫୦ କିଲୋମିଟରରୁ ଅଧିକ। ଏହି ଅତ୍ୟାଧୁନିକ କମାଣରେ  ବ୍ୟବହୃତ ହେଉଥିବା ଗୋଳାବାରୁଦକୁ ଅଧିକ ମାତ୍ରାରେ କିଣିବା ଭାରତୀୟ ସେନାକୁ ଦାୟିତ୍ବ ମିଳିଛି ।

ଭାରତୀୟ ସେନା ଦ୍ୱାରା ପୂର୍ବରୁ ବୋଫର୍ସ ତୋପ ବ୍ୟବହାର କରାଯାଉଥିଲା, ଆଉ ଏବେ ହ୍ବିଜର ବୋଫର୍ସ ସ୍ଥାନ ନେଇପାରେ ବୋଲିଅନୁମାନ କରାଯାଉଛି । ବୋଫର୍ସଠାରୁ ଅଧିକ ଦୂରତା ପର୍ଯ୍ୟନ୍ତ ହ୍ବିଜର ଲକ୍ଷ୍ୟଭେଦ କରିପାରେ ବୋଲି ଯୁଦ୍ଧାସ୍ତ୍ର ବିଶେଷଜ୍ଞମାନେ ମତ ଦେଇଛନ୍ତି ଗତ ଅକ୍ଟୋବର ମାସରେ ଏହାକୁ ସେନାରେ ସାମିଲ କରାଯାଇଥିଲା ।

Comments are closed.