ଚାଳକ ଦିବସରେ ଶାଖା କାର୍ଯ୍ୟାଳୟ ଉଦ୍ଘାଟିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଠାରେ ଆଜି ଚାଳକ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଅବସରରେ ଫିରିଙ୍ଗିଆ ଠାରେ ଶାଖା କାର୍ଯ୍ୟାଳୟ ମଧ୍ୟ ଉଦ୍ଘାଟନ ହୋଇଯାଇଛି। ନବ ନିର୍ମିତ କାର୍ଯ୍ୟାଳୟକୁ ସରପଞ୍ଚ ବିଶ୍ୱ ରଞ୍ଜନ କହଁର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଅନୁଷ୍ଠିତ ସଭାରେ ଫିରିଙ୍ଗିଆ ଶାଖା ସଭାପତି ଦାରୁଣ ନାୟକ ସଭାପତିତ୍ୱ କରିଥିବା ବେଳେ ସଂଘର କନ୍ଧମାଳ ଜିଲ୍ଲା ସଭାପତି ବାସବ କହଁର, ବାଲିଗୁଡା ଶାଖା ସଭାପତି ଅଭିରାମ ଦିଗାଳ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଫିରିଙ୍ଗିଆ ଶାଖା ସମ୍ପାଦକ ସମ୍ଭୁ ଦିଗାଳ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ସଦସ୍ୟ ବିବେକାନନ୍ଦ ମଲ୍ଲିକ, ନରୋତ୍ତମ ନାଗ, ଦେବେନ୍ଦ୍ର ପ୍ରସାଦ ସାହୁ, ବସନ୍ତ ସାହୁ, ସଞ୍ଜୟ କହଁରଙ୍କ ସମେତ ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଅନୁଷ୍ଠିତ ଏକ ବୈଠକରେ ଗାଡ଼ି ଚାଳକମାନଙ୍କର ବିଭିନ୍ନ ସମସ୍ୟା ଓ ତାର ସମାଧାନ ସମ୍ପର୍କରେ ଆଲୋଚନା ହୋଇଥିଲା।