ଟ୍ରାକ୍ଟର ଓଲଟି ଚାଳକ ମୃତ

ମୁଖୀଗୁଡା : କଳାହାଣ୍ଡି ଜିଲା ଜୟପାଟଣା ଥାନା ଗୁନଗୁନିଆ-ଉମେର ପ୍ରଧାନମନ୍ତ୍ରୀ ରାସ୍ତା ନୂଆଗୁଡା ନିକଟରେ ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ଚାଳକର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଆଜି ପ୍ରାୟ ସାଢେ ୩ଟା ବେଳେ ଏକ ଟ୍ରାକ୍ଟର ଟ୍ରଲି ସହ ଗୁନଗୁନିଆ- ଉମେର ପ୍ରଧାନମନ୍ତ୍ରୀ ରାସ୍ତା ନୂଆଗୁଡା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡବିଲରେ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଟ୍ରାକ୍ଟର ଚାଳକ ଭେଜିଗୁଡା ଗ୍ରାମର ଧନବଲ ଭୋଇ(୪୨)ର ମୃତ୍ୟୁ ଘଟିଥିଲା। ଜୟପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ  ଜାରି ରଖିଛି ।

Comments are closed.