ଡ୍ରାଇଭର ମାନଙ୍କ ପ୍ରମୁଖ ସମସ୍ୟା ନେଇ ଆଲୋଚନା

କଲମପୁର : କଲମପୁର ବ୍ଲକ ଡ୍ରାଇଭର ମହାସଂଘ ଆନୁକୂଲ୍ୟରେ ପଣ୍ଡିଗାଁ ଲିଟିଜୋର ଆମ୍ବ ବଗିଚା ଠାରେ ପଣ୍ଡିଗାଁ ପଞ୍ଚାୟତ ଡ୍ରାଇଭର ସଂଘର ଏକ ସାଧାରଣ ବୈଠକ ଅନୁଷ୍ଟିତ ହେଇଯାଇଛି । ଏଥିରେ ଡ୍ରାଇଭର ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ତାର ସମାଧାନ ନେଇ ଆଲୋଚନା କରିଥିଲେ । ବିଶେଷ କରି ଡ୍ରାଇଭର ମାନଙ୍କ ସନ୍ତାନ ମାନେ କିଭଳି ଉନ୍ନତ ମାନର ବିଦ୍ୟାଳୟରେ ପାଠ ପଢି ଉଚ୍ଚ ଶିକ୍ଷିତ ହେଇ ପାରିବେ ସେ ନେଇ ସରକାର ପଦକ୍ଷେପ ନେବା ସହ ବୟସାଧିକ କାରଣରୁ କାମ କରି ପାରୁନଥିବା ଡ୍ରାଇଭର ମାନଙ୍କୁ ପେନସନ ବ୍ୟବସ୍ଥା ଯୋଗାଇ ଦେବା, ପ୍ରତ୍ୟେକ ରାସ୍ତାର ୧୦୦ କିଲୋମିଟର ଦୂରରେ ଏକ ଡ୍ରାଇଭର ମାନଙ୍କ ବିଶ୍ରାମ ପାଇଁ ବ୍ୟବସ୍ଥା କରିବା ଦାବି ରଖିଛନ୍ତି । ଏହାସହ ଦୁର୍ଘଟଣା ଗ୍ରସ୍ଥ ଡ୍ରାଇଭର ମାନଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ ବ୍ୟବସ୍ଥା ସହ ପ୍ରତ୍ୟେକ ଡ୍ରାଇଭର ପରିବାରକୁ ଘର ନିର୍ମାଣ ପାଇଁ ଆବାସ ଯୋଜନାରୁ ୫ଲକ୍ଷ ଟଙ୍କା ଆରର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଦାବୀ ରଖିଛନ୍ତି । ଏହି ବୈଠକ ଅବସରରେ ପଣ୍ଡିଗାଁ ଡ୍ରାଇଭର ସଂଘର ଏଡମିନ ଭାବେ ସୁଜିତ ପଟ୍ଟନାୟକ, ସଭାପତି ଭାବେ ନବଘନ ନାଏକ ଓ ଉପସଭାପତି ଭାବେ ବଦ୍ରୀନାଥ ଖର୍ସେଲଙ୍କୁ ଚୟନ କରାଯାଇଥିଲା। ଏହି ବୈଠକରେ ଯୁବରାଜ ହଂସ, ନିତେଶ ବାଗ, ସୁଧିର ବାଗ, ଶୁସାନ୍ତ ବାରିକ, ତ୍ରିଲୋଚନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଭାକୁ ଜିତ ମାଲି ପରିଚାଳନା କରିଥିଲେ।

Comments are closed.