ବଳଦ ଚୋରି ସନ୍ଦେହରେ ପିକ୍ଅପ ଚାଳକକୁ ନିର୍ଦ୍ଧୁମ ମାଡ, ଉଦ୍ଧାର କଲା ପୁଲିସ

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ତୋରାଣୀପୋଖରୀ ଗ୍ରାମ ନିକଟରେ ବଳଦ ବୋଝେଇ ଏକ ପିକଅପ ଭ୍ୟାନ ସହ ୨ଜଣଙ୍କୁ ଗ୍ରାମବାସୀ ଅଟକ ରଖି ନିର୍ଦ୍ଧୁମ ଛେଚିଛନ୍ତି ।

ସୂଚନା ଅନୁଯାୟୀ, ଆଜି ଭୋର ୪ଟା ବେଳେ ୧୧ଟି ବଳଦ ନେଇ ଏକ ପିକଅପ ଭ୍ୟାନ ରାଇରଙ୍ଗପୁର ଯାଉଥିବା ବେଳେ ଏଗୁଡ଼ିକ ଚୋରା ବଳଦ ସନ୍ଦେହରେ ତୋରାଣୀପୋଖରୀ ଗ୍ରାମବାସୀ ଗାଡିକୁ ଅଟକାଇବା ସହ ଗାଡିର ଡ୍ରାଇଭର ସମେତ ଅନ୍ୟ ଜଣେ ଯୁବକଙ୍କୁ ଅଟକ ରଖିଥିଲେ। ତେବେ ଗାଡିର ଡ୍ରାଇଭରକୁ ବଳଦ ସମ୍ପର୍କରେ ଗ୍ରାମବସୀ ପଚାରିବାରୁ ଡ୍ରାଇଭରଠାରୁ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ା ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରି ଗ୍ରାମବାସୀଙ୍କ ଦ୍ବାରା ଅଟକ ଥିବା ଦୁଇଜଣଙ୍କୁ ଉଦ୍ଧାର କରି ଗୋରୁ ବୋଝେଇ ପିକ୍ଅପ ସହ ଘଟଗାଁ ଥାନାକୁ ନେଇଛନ୍ତି । ପିକ୍ଅପରେ ସର୍ବାଧିକ ୪ଟି ଗୋରୁ ନେବାର ନିୟମ ଥିବା ବେଳେ ଅସୁରକ୍ଷିତ ଭାବେ ୧୧ଟି ଗୋରୁ ନିଆ ଯାଉଥିବାରୁ ଗାଡ଼ି ମାଲିକଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ପୁଲିସ ସୂଚନା ଦେଇଛି। ତେବେ ଏଗୁଡ଼ିକ ଚୋରି ଗୋରୁ କି ନୁହେଁ ପୁଲିସ ଏହାର ତଦନ୍ତ କରୁଛି ।

Comments are closed.