ଛତିଶଗଡ ଡବଲ ମର୍ଡର ମାମଲା; ଡ୍ରାଇଭର ବର୍ମନ ଟପ୍ପୋ ଗିରଫ

ଭୁବନେଶ୍ବର: ଛତିଶଗଡର ଡବଲ ମର୍ଡର ମାମଲାର ପର୍ଦ୍ଦାଫାଶ ହେବା ପରେ ଏବେ ପୁଲିସ ଜାଲରେ ଅଭିଯୁକ୍ତ ଅନୁପ ସାଏର ଡ୍ରାଇଭର ବର୍ମନ ଟପ୍ପୋ।ଝାରସୁଗୁଡା ବଘରାଚକାସ୍ଥିତ ବାସଘରୁ ଛତିଶଗଡ ପୁଲିସ ଶୁକ୍ରବାର ବିଳମ୍ବିତ ରାତିରେ ବର୍ମନ ଟପ୍ପୋକୁ ଉଠାଇ ନେଇ ଅଟକ ରଖିଛି। ଏହି ହତ୍ୟାକାଣ୍ଡରେ ବର୍ମନଙ୍କ ସଂପୃକ୍ତ ଥିବା ନେଇ ପୁଲିସ ସନ୍ଦେହ କରି ପଚରାଉଚରା ଜାରି ରଖିଛି। ଅନ୍ୟପଟେ ବର୍ମନର ନିର୍ଦ୍ଦୋଷ ଏବଂ ଏହି ହତ୍ୟାକାଣ୍ଡରେ ତାଙ୍କର କୌଣସି ସଂପକ୍ତି ନାହିଁ ବୋଲି ପରିବାର ଲୋକ କହିଛନ୍ତି। ଏକ ଗଣମାଧ୍ୟମରେ ବର୍ମନଙ୍କ ଝିଅ ଓ ସ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ‘ମୋ ବାପା ନିର୍ଦ୍ଦୋଷ। ସେ କିଛି ବି କରି ନାହାନ୍ତି। ଆମେ ଗରିବ ଓ ସାଧାସିଧା ଲୋକ। ଆମେ ପୁଲିସ୍‌ ଓ ପ୍ରଶାସନଙ୍କ ନିକଟରୁ ନ୍ୟାୟ ଚାହୁଁଛୁ।

Comments are closed.