ଖରାଦିନେ ପିଅନ୍ତୁ ଏହି ପାନୀୟ

ଖରାଦିନରେ ସାଧାରଣତଃ ଅଧିକାଂଶ ଶୋଷ ଲାଗିଥାଏ। ବିଭିନ୍ନ ପ୍ରକାରର ଖାଦ୍ୟଦ୍ରବ୍ୟ ମଧ୍ୟ ଶରୀର ଉପରେ ପ୍ରଭାବ ପକାଇଥାଏ। ଏହି ଦିନରେ ପେଟ ଥଣ୍ଡା ରହିବା ନିତ୍ୟାନ୍ତ ଜରୁରୀ ଅଟେ। ପେଟ ଥଣ୍ଡା ରହିବା ଦ୍ୱାରା ପେଟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ। ହଜମ ସୂଚାରୁ ରୂପେ ହୋଇଥାଏ। ଘରେ ପ୍ରସ୍ତୁତ ଏହି  ପାନୀୟ ପେଟକୁ ଥଣ୍ଡା ରଖିବାରେ ଖୁବ ସହାୟକ ହୋଇଥାଏ। ଜାଣନ୍ତୁ ତାହାକୁ କିପରି ପ୍ରସ୍ତୁତ କରିବେ………
ଆବଶ୍ୟକୀୟ ସାମଗ୍ରୀ; କ୍ଷୀର ୧ ଲିଟର, ଚିନି ଦେଢ କପ୍, କାଜୁ ୫୦ ଗ୍ରାମ୍, ଆଲମଣ୍ଡ ୬୦ ଗ୍ରାମ୍, ପିସ୍ତା ବାଦାମ୩୦ ଗ୍ରାମ୍, ପାନମହୁରୀ ୩୦ ଗ୍ରାମ୍, ଚାରୁମଗଜ ୫୦ ଗ୍ରାମ୍, (ଗୁଜୁରାତି, ଅଳେଇଚ ଓ ଡାଲଚିନ ୫ ଗ୍ରାମ) ଏବଂ କେଶର ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କ୍ଷୀରକୁ ଫୁଟିବା ପାଇଁ ଗ୍ୟାସରେ ବସାଇ ଦିଅନ୍ତୁ । କ୍ଷୀର ଟିକେ ଫୁଟି ଆସିଲେ ସେଥିରେ ଚିନି ଓ କେଶର ପକାଇ ଗୋଳା ଦିଅନ୍ତୁ ।
କ୍ଷୀର ଫୁଟିବା ବେଳେ ଏହି ସମୟରେ ଅନ୍ୟ ସାମଗ୍ରୀକୁ ଗ୍ରାଇଣ୍ଡରରେ ପାଣି ଦେଇ ପେଷି ଦିଅନ୍ତୁ ବା ଶୁଖିଲା ପେଷି ପାଉଡର କରି ଦିଅନ୍ତୁ । ଆପଣ ଚାହିଁଲେ ଏହି ପାଉଡରକୁ ୨ ସପ୍ତାହ ଷ୍ଟୋର କରି ରଖି ପାରିବେ ।କିଛି ସମୟ କ୍ଷୀର ଫୁଟିଗଲେ ଗ୍ୟାସ୍ ଆଞ୍ଚ କମ୍ କରି ସେଥିରେ ବଟା ଡ୍ରାଏ ଫ୍ରୁଡସ୍ ବା ପାଉଡରକୁ ପକାଇ ଗୋଳାନ୍ତୁ । କମ୍ ଆଞ୍ଚରେ ୧୦ ମିନିଟ୍ ଫୁଟିଲା ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ ।
ଏହାକୁ ଗ୍ଲାସକୁ କାଢି ଆଣି ୧ରୁ ୨ଘଣ୍ଟା ଯାଏଁ ଫ୍ରିଜରେ ରଖି ଦିଅନ୍ତୁ । ଦୁଇ ଘଣ୍ଟା ପରେ ଥଣ୍ଡାଈ ପ୍ରସ୍ତୁତ ହୋଇ ଯାଇଥିବ । ସେଥିରେ ସଜାଇବା ପାଇଁ ଅଳ୍ପ କେଶର ଓ ପିସ୍ତା ବାଦମ ପକାଇ ନିଜେ ପିଅନ୍ତୁ ଓ ଅନ୍ୟକୁ ପିଆନ୍ତୁ ।
କାକୁଡ଼ି ପୁଦିନା ଜୁସ
ଆବଶ୍ୟକ ସାମଗ୍ରୀ
କଟା କାକୁଡ଼ି – ୨ଟି
ପୁଦିନା ପତ୍ର – ୨୦ରୁ ୨୫ଟି
ଲେମ୍ବୁ ଖଣ୍ଡ – ଅଳ୍ପ
ଲେମ୍ବୁ ରସ – ୪ ଚାମଚ
ଚିନି – ୪ ଚାମଚ
ପାଣି – ୫କପ
ବରଫ ଖଣ୍ଡ – ୩ରୁ ୪ଟି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କାକୁଡ଼ିକୁ ଧୋଇ କାଟି ଦିଅନ୍ତୁ। ଏହାପରେ କାକୁଡ଼ି ଓ ପୁଦିନା ପତ୍ରକୁ ପକାଇ ଭଲ ଭାବେ ପେଷି ଦିଅନ୍ତୁ। ଏହାପରେ ଏଥିରେ ଲେମ୍ବୁ ରସ, ଚିନି ,ପାଣି, ପକାଇ ପୁଣି ପେଷି ଦିଅନ୍ତୁ। ପେଷିବା ପରେ ଏହାକୁ ଏକ ଗ୍ଲାସକୁ କାଢି ଏଥିରେ ବରଫ ଖଣ୍ଡ, ସାମାନ୍ୟ କଳା ଲୁଣ, ପୁଦିନା ପତ୍ର ପକାଇ ପିଅନ୍ତୁ।

Comments are closed.