ପିଇବା ପାଣିପାଇଁ କଷ୍ଟ, ୬୦ ଫୁଟ୍‌ ଗଭୀର କୂଅ ତଳକୁ ଓହ୍ଲାଇ  ପାଣି ଆଣୁଛନ୍ତି ମହିଳା, ଦେଖନ୍ତୁ ଭିଡିଓ

ମୁମ୍ବାଇ ..- ମହାରାଷ୍ଟ୍ରରେ ଏପରି ଅଞ୍ଚଳ ଅଛି ଯେଉଁଠାରେ ପିଇବା ଗ୍ରୀଷ୍ମ ଋତୁ ଆରମ୍ଭରୁ ପିଇବା ପାଣି ମିଳୁ ନାହିଁ । କୂଅ ପୋଖରୀ ସବୁ ଶୁଖି ଗଲାଣି । ମହାରାଷ୍ଟ୍ରର ନାସିକସ୍ଥିତ ବାରୋଦେ ବାଡିରେ ମହିଳାମାନେ ୬୦ ଫୁଟ୍‌ ଗଭୀର କୂଅର ତଳକୁ ଓହ୍ଲାଇ ତଳୁ ଝରୁଥିବା ପାଣିକୁ ସଂଗ୍ରହ କରୁଛନ୍ତି । ପିଇବା ଓ ରୋଷେଇ କାମ ପାଇଁ ଏହି ପାଣିକୁ ସଂଗ୍ରହ କରୁଛନ୍ତି ।

କୂଅରେ ଲାଗିଥିବା ରଶି ଲୁହାର କଢି ସାହାଯ୍ୟରେ ମହିଳାମାନେ ତଳକୁ ଓହ୍ଲାଉଛନ୍ତି । ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏହି ଦୃଶ୍ୟ ଭାଇରାଲ୍‌ ହୋଇଛି । ଜଳକୁ ଜୀବନ ବୋଲି କୁହାଯାଇଛି । ହେଲେ ଜଳ ପାଇଁ ମହିଳାମାନେ ନିଜ ଜୀବନକୁ ବାଜି ଲଗାଉଛନ୍ତି । ଖରାଦିନେ ପାଣି ପାଇଁ ପ୍ରତିଦିନ ମହିଳାମାନଙ୍କୁ ଏହି ସଂଘର୍ଷ କରିବାକୁ ପଡୁଛି ।

 

Comments are closed.