ଡମ୍ବଲିମା ଗାଁରେ ପାନୀୟ ଜଳ ସମସ୍ୟା, ସୌରଶକ୍ତି ଚାଳିତ ପ୍ରକଳ୍ପରୁ ବାହୁରୁନି ପାଣି

କଲ୍ୟାସିଂହପୁର : ରାୟଗଡା ଜିଲ୍ଲା କଲ୍ୟାସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପୋଙ୍ଗା ପଞ୍ଚାୟତ  ଡମ୍ବଲିମା ଗାଁରେ ସୌର ଚାଳିତ କୂଅ ଥାଇ ମଧ୍ୟ ଗ୍ରାମବାସୀ ପାଣି ପାଇଁ ହନ୍ତ ସନ୍ତ ହେଉଛନ୍ତି ।
ଗାଁ ରେ ପଚିଶି ଘର ବସ ବାସ କରୁଥିବା ବେଳେ ଦୁଇଶହ ଲୋକ ରୁହନ୍ତି । ଗାଁ ମୁଣ୍ଡରେ ଏକ ସୌର ଚାଳିତ କୂଅ ରହିଥିବା ବେଳେ ଗାଁ ଶେଷରେ ଆଉ ଗୋଟେ ନଳ କୂପ ରହିଛି କିନ୍ତୁ ନାମକୁ ମାତ୍ର। ଅଜକୁ ଦୁଇ ବର୍ଷ ପୂର୍ବେ ସରକାରଙ୍କ ତରଫରୁ ସୌର ଚାଳିତ କୂଅ ନିର୍ମାଣ ହୋଇ ଥିଲା କିନ୍ତୁ ବୋରରେ ପାଣି ବାହାରିବା ବିଳମ୍ବ ହେଊଛି । ଏକ ଘଣ୍ଟାକୁ ଗୋଟେ ହାଣ୍ଡି ପାଣି ଭର୍ତ୍ତି ହେଊଥିବା ଗାଁର ମହିଳାମାନେ ଅଭିଯୋଗ କରିଛନ୍ତି । ପ୍ରତିଦିନ ପାଣି ପାଇଁ ପାଟି ତୁଣ୍ଡ ହୋଇଥାଏ ବୋଲି କହିଛନ୍ତି ମହିଳା ମାନେ। ଗାଁ ଶେଷରେ ଯେଉଁ ନଳକୂପ ରହିଛି ସେଇ ପାଣି ପିଇବା ତ’ ଦୂର କଥା ହାତ ମଧ୍ୟ ଧୋଇ ହେବନି । ପାଣିରୁ ଲୁହା ଗୁଣ୍ଡ ଓ ଗୋଳିଆ ପାଣି ବାହାରୁଥିବା ଦେଖିବାକୁ ମିଳିଛି। ବାଧ୍ୟ୍ୟ ହୋଇ ଗ୍ରାମବାସୀ  ଚାନ୍ଦା ଆଦାୟ କରି ପାଣି ଟାଙ୍ଗି ଭଡାରେ ଆଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଗ୍ରାମର ନୀରାନ ଭାତ୍ରୀୟ, କୌଶଲ୍ୟା ସୁଶାନ୍ତ, କୌଶଲ୍ୟା ମନୋଜ, ଇନ୍ଦ୍ର ଭାତ୍ରୀୟଙ୍କ କହିବା ଅନୁଯାୟୀ ପାଣି ପାଇଁ ପାଖ ଗାଁକୁ ବାଇକ୍ ଯୋଗେ ଯାଇ ପାଣି ଆଣୁଥିବା କହିଛନ୍ତି ।
ଏହି ବିଷୟରେ ସରପଞ୍ଚ କିମ୍ବା ବ୍ଲକ ଅଧିକାରୀ ନେତା ମାନଙ୍କୁ ବାରମ୍ବାର ଜଣାଇ ଥିଲେ ମଧ୍ୟ ଅଣ ଦେଖା କରିଛନ୍ତି ବୋଲି ଅଭିଯୋଗ ହୋଇଛି । ନିର୍ବାଚନ ସମୟରେ ଭୋଟ ହାତେଇବା ପାଇଁ ନେତା ମନ୍ତ୍ରୀ ମାନଙ୍କର ଦେଖା ମିଳେ ଆଉ ସବୁ ସୁବିଧା କରିଦେବୁ ବୋଲି ପ୍ରତିଶ୍ରୁତି ମିଳେ କିନ୍ତୁ ଭୋଟ ପାଇ ଜିତିଯିବା ପରେ ଆଉ ତାଙ୍କର ଦେଖା ମିଳେ ନାହିଁ  ସେଥିପାଇଁ ତାଙ୍କର ମୌଳିକ ସୁବିଧା ଅଧିକାର ନ ମିଳିଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ଗ୍ରାମବାସୀ ।

Comments are closed.