ନଳକୂପ ଅଚଳ, ଉତ୍କଟ ପାନୀୟ ଜଳ ସମସ୍ୟା

ଗୁଣୁପୁର : କୌଣସି ଗ୍ରାମାଞ୍ଚଳରେ ନୁହେଁ ଖୋଦ ସହରର ଉପକଣ୍ଠରେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖିବାକୁ ମିଳିଛି । ରାୟଗଡା ଜିଲ୍ଲା ଗୁଣୁପୁର ପୌର ପରିଷଦ ଅନ୍ତର୍ଗତ ଇରିଗେସନ କଲୋନୀରେ ରୁହନ୍ତି ପ୍ରାୟ ୩୦ ପରିବାର । ଏଠାରେ ଥିବା ଏକମାତ୍ର ନଳକୂପ କଲୋନୀ ବାସୀ ଙ୍କ ଭରସା। ଏବେ ଏହି ନାଳକୁପ ଅଚଳ ଅବସ୍ଥାରେ ପଡିରହିଛି । ଫଳରେ ଏଠାକାର ଲୋକେ ବାଧ୍ୟହୋଇ ବଂଶଧାରା ନଦୀ ଉପରେ ନିର୍ଭର କରୁଥିବା କହିଛନ୍ତି। ଯେଉଁ ଏକମାତ୍ର ନଳକୂପଟି ରହିଛି ମୁଖ୍ୟ ରାସ୍ତାର ଅପର ପାର୍ଶ୍ଵରେ ରହିଛି । ଯାହା ଫଳରେ ମୁଖ୍ୟ ରାସ୍ତା ଉପରେ ସବୁବେଳେ ଯାନବାହନ ଚଳାଚଳ କରୁଥିବାରୁ ଲୋକେ ପାଣି ଆଣିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ କଲୋନୀ ମଧ୍ୟରେ ଅନ୍ୟ ଏକ ନୂତନ ନଳକୂପ ଖନନ କରିବାକୁ ଗ୍ରାମର ମିଟୁ ପଣ୍ଡା, ଟୁଟୁ ପାଢ଼ୀ, ଭରତ ପାତ୍ର, ରଘୁନାଥ ସାହୁ ପ୍ରମୁଖ ଦାବୀ କରିଛନ୍ତି ।

Comments are closed.