ଜାଣନ୍ତୁ, ଚାହା ପିଇବାର ଲାଭଦାୟକ ଓ କ୍ଷତିକାରକ ଗୁଣ ସମ୍ବନ୍ଧରେ ….

ସକାଳୁ ଉଠିଲେ ମାତ୍ରେ ସମସ୍ତେ ଚାହା ପିଇ ନିଜ ଦିନ ଆରମ୍ଭ କରିଥାଆନ୍ତି। କାର୍ଯ୍ୟାଳୟ ହେଉ କି ଘର ହେଉ ସମସ୍ତେ ଚାହା ପିଇବାକୁ ପସନ୍ଦ କରିଥାଆନ୍ତି। ଚାହା ପିଇବା ଦ୍ବାରା ସତେଜ ଅନୁଭବ ହୋଇଥାଏ। କିନ୍ତୁ ଚାହା ପିଇବାର ଯେତିକି ଲାଭଦାୟକ ଗୁଣ ରହିଛି ସେତିକି କ୍ଷତିକାରକ ଗୁଣ ମଧ୍ୟ ରହିଛି। ଆବଶ୍ୟକତା ଠାରୁ ଅଧିକ ଚାହା ପିଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ​‌ତେବେ ଆସନ୍ତୁ ଜାଣିବା ଚାହା ପିଇବାର ଲାଭଦାୟକ ଓ କ୍ଷତିକାରକ ଗୁଣ ସମ୍ବନ୍ଧରେ ..

ଲାଭଦାୟକ ଗୁଣ :

ଚାହାରେ କେଫିନ ଓ ଟୈନିନ ନାମକ ପୋଷକ ତତ୍ତ୍ବ ରହିଛି। ଏହା ଶରୀରକୁ ଫୁର୍ତ୍ତି ରଖିଥାଏ।

ଚାହାରେ ଏମିନୋ-ଏସିଡ ଥିବାରୁ ତାହା ମସ୍ତିଷ୍କକୁ ଶାନ୍ତ ରଖିଥାଏ।

ଚାହାରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଥିବାର ତାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ।

ଚାହା ପିଇବା ଦ୍ବାରା ବୟସ ବୃଦ୍ଧି ଦ୍ବାରା ହେଉଥିବା ରୋଗ ଠାରୁ କିଛି ମାତ୍ରାରେ ମୁକ୍ତି ମିଳିଥାଏ।

ଚାହାରେ ଫ୍ଲୋରାଇଡ ଥିବାରୁ ତାହା ଦାନ୍ତରେ ପୋକ ଲାଗିବାରୁ ରକ୍ଷା କରିଥାଏ।

କ୍ଷତିକାରକ ଗୁଣ :

ଦିନରେ ୩ କପରୁ ଅଧିକ ଚାହା ପିଇବା ଦ୍ବାରା ଏସିଡିଟି ସମସ୍ୟା ହୋଇଥାଏ।

ଚାହାରେ କେଫିନ ନାମକ ପୋଷକ ତତ୍ତ୍ବ ଥାଏ। ଅଧିକ ଚାହା ପିଇବା ଦ୍ବାରା ଏହା ରକ୍ତଚାପ ବଢାଇଥାଏ।

ଅଧିକ ଚାହା ପିଇବା ଦ୍ବାରା ହୃଦୟ ରୋଗ, ମଧୁମେହ ଓ ଓଜନ ବୃଦ୍ଧି ହେବାର ସମ୍ଭାବନା ରହିଛି।

ଏହା ପାଚନ କ୍ରିୟାରେ ବାଧା ସୃଷ୍ଟି କରିଥାଏ। ଅଧିକ ଚାହା ପିଇବା ଦ୍ବାରା ଦାନ୍ତରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ।

 

Comments are closed.