ସର୍ବସାଧାରଣରେ ମଦ ପିଇଲେ ୧୦ ହଜାର ଜୋରିମାନା

0

ପାଣାଜୀ : ଗୋଆ ସରକାର ସର୍ବସାଧାରଣରେ ମଦ ପିଇଲେ କିମ୍ବା ରୋଷେଇ କଲେ ୨,୦୦୦ରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ମନୋହର ଅଜଗାଓଁକର ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ପର୍ଯ୍ୟନଟ ମନ୍ତ୍ରୀ କହିଛନ୍ତି ଯେ ୨୯ ଜାନୁଆରୀରୁ ସରକାରଙ୍କ ଏହି ନିଷ୍ପତ୍ତି ଅନୁସାରେ କଟକଣା ଲାଗୁ ହେବ। ଏଥିପାଇଁ ଗୋଆ ବିଧାନସଭା ଅଧିବେଶନରେ ପର୍ଯ୍ୟଟନ ବ୍ୟାପାର ଅଧିନିୟମରେ ସଂଶୋଧନ କରାଯିବ। ସର୍ବସାଧାରଣରେ ମଦ ପିଇଲେ କିମ୍ବା ରୋଷେଇ କଲେ ଲୋକଙ୍କୁ ବ୍ୟକ୍ତିଗତ ଭାବେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯିବ। ସାମୂହିକ ଭାବେ ଏହି ଆଇନକୁ ଉଲ୍ଲଙ୍ଘନ କଲେ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯିବ। ଜୋରିମାନା ନଦେଲେ ୩ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି ବୋଲି ସେ ସୂଚନା ଦେଇଛନ୍ତି।

Leave A Reply