ବ୍ୟାୟାମ ପୂର୍ବରୁ କଫି ପିଇବା ଠିକ୍ ନା ଭୁଲ୍ ?

କଫି ପିଇବାକୁ ଅନେକ ଲୋକ ପସନ୍ଦ କରିଥାଆନ୍ତି । ବ୍ୟାୟାମ କରିବାର ଅତି କମରେ ୨୦ ମିନିଟ୍ ପୂର୍ବରୁ କଫି ଅବଶ୍ୟ ପିଅନ୍ତୁ । ବ୍ଲାକ୍ କଫି ପିଇବା ବହୁତ ଲାଭଦାୟକ ହୋଇଥାଏ । କାରଣ ବ୍ଲାକ କଫି ପିଇବା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ ଏବଂ ଥକ୍କାପଣ ଦୂର ହୋଇଥାଏ ।

ଏକ ଅଧ୍ୟୟନରୁ ଜଣାପଡିଛି ଯେ, ବ୍ୟାୟାମ କରିବା ପୂର୍ବରୁ କଫି ପିଇବା ଦ୍ବାରା ପ୍ରତିଦିନ ୧୫ ପ୍ରତିଶତ କ୍ୟାଲୋରୀ ହ୍ରାସ ପାଇଥାଏ । ତେବେ ଆସନ୍ତୁ ଜାଣିବା ବ୍ୟାୟମ ପୂର୍ବରୁ କଫି ପିଇଲେ କି ଲାଭ ମିଳେ ।

କଫିରେ ଥିବା କ୍ୟାଫେନ ଚର୍ବି ହଟାଇବାରେ ସାହାଯ୍ୟ କରେ ।
ବ୍ୟାୟାମ ପ​‌ରେ ମାଂସପେଶୀରେ ହେଉଥିବା କଷ୍ଟକୁ ବହୁ ମାତ୍ରାରେ ଦୂର କରିଥାଏ ।
ମାଂସପେଶୀକୁ ସଜାଗ ରଖିବାରେ କଫି ସାହାଯ୍ୟ କରେ ।
ଏହା ଦ୍ବାରା ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ସଠିକ୍ ହୋଇଥାଏ ।
କଫି ପିଇବା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ ଏବଂ ଥକ୍କାପଣ ଦୂର ହୋଇଥାଏ ।
କଫି ମସ୍ତିଷ୍କକୁ ସୁସ୍ଥ ରଖିଥାଏ ।

Comments are closed.