ବାର ଅନୁସାରେ ପୋଷାକ ପିନ୍ଧନ୍ତୁ, ପାଇବେ ଶୁଭଫଳ

0

ବାସ୍ତୁଶାସ୍ତ୍ରରେ ଯେମିତି ଦିଗ ପ୍ରତି ଅନେକ ମହତ୍ତ୍ୱ ରହିଛି,ସେହିପରି ରଙ୍ଗର ମଧ୍ୟ ନିଜର ମହତ୍ତ୍ୱ ରହିଥାଏ। ଏମିତିରେ ଯଦି ନିର୍ଦ୍ଦିଷ୍ଟ ରଙ୍ଗର ପୋଷାକ ପିନ୍ଧିବା ତେବେ ଭାଗ୍ୟ ବଦଳିବାର ସମ୍ଭାବନା ରହିଥାଏ। ବିଶେଷ ବାର ମାନଙ୍କରେ ବିଶେଷ ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ସୁଖ ଓ ସମୃଦ୍ଧି ମିଳିବା ସହ ସମସ୍ତ କାମରେ ସଫଳତା ମିଳିଥାଏ। ଆସନ୍ତୁ ଜାଣିବା ବାର ଅନୁସାରେ କେଉଁ ରଙ୍ଗର ପୋଷାକ ପିନ୍ଧିବା ଉଚିତ୍‍??


ସୋମବାର: ସୋମବାର ଦିନକୁ ଭଗବାନ ଶିବଙ୍କ ବାର ବୋଲି କୁହାଯାଇଛି। ତେଣୁ ଏହି ଦିନ ଧଳା କିମ୍ବା ଧୂସର ରଙ୍ଗର ପୋଷାକ ପିନ୍ଧିବା ଉଚିତ। ଏହା ପିନ୍ଧିବା ଦ୍ୱାରା ଅନେକ ଅସୁବିଧା ଦୂର ହୋଇଥାଏ।


ମଙ୍ଗଳବାର: ମଙ୍ଗଳବାର ଦିନ ହନୁମାନଙ୍କ ବାର ବୋଲି କୁହାଯାଏ। ତେଣୁ ଏହି ଦିନ କମଳା ରଙ୍ଗର ପୋଷାକ ପିନ୍ଧନ୍ତୁ। ଏହି ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିଥାଏ।


ବୁଧୁବାର: ବୁଧୁବାର ଦିନକୁ ଗଣେଶ ଭଗବାନଙ୍କୁ ସମର୍ପିତ କରାଯାଇଛି। ଭଗବାନ ଗଣେଶଙ୍କୁ ଘାସ ଭଲ ଲାଗିଥାଏ। ତେଣୁ ଏହିଦିନ ସବୁଜ ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ।


ଗୁରୁବାର: ଗୁରୁବାର ଦିନ ବିଷ୍ଣୁ ଓ ବୃହସ୍ପତିଙ୍କ ଦିନ ଅଟେ। ତେଣୁ ଏହିଦିନ ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ବୃହସ୍ପତିଙ୍କ ସୁଦୃଷ୍ଟି ପଡିଥାଏ।


ଶୁକ୍ରବାର: ଶୁକ୍ରବାର ଦିନକୁ ଦେବୀ ମା’ ଙ୍କ ଦିନ ବୋଲି କୁହାଯାଏ। ତେଣୁ ଏହି ଦିନ ଲାଲ ରଙ୍ଗର ପୋଷାକ ପିନ୍ଧିବା ଉଚିତ। ଏପରି କରିବା ଦ୍ୱାରା ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ।


ଶନିବାର: ଏହିଦିନ ଶନି ଦେବତାଙ୍କ ପ୍ରିୟ ଦିନ ଅଟେ। ଶନିବାର ଦିନ କଳା ରଙ୍ଗର କପଡ଼ା ପିନ୍ଧିବା ଅତ୍ୟନ୍ତ ଶୁଭ ଅଟେ। ଏହାଦ୍ୱାରା ଦିନଟି ଭଲ ରହିଥାଏ।


ରବିବାର: ରବିବାର ଦିନ ସୂର୍ଯ୍ୟଙ୍କୁ ପୂଜା କରିବାର ବିଧି ରହିଛି। ତେଣୁ ସୂର୍ଯ୍ୟଙ୍କ ରଙ୍ଗ ଅନୁଯାୟୀ ରବିବାର ଦିନ ସୁନେଲୀ କିମ୍ବା କୌଣସି ଆକର୍ଷଣୀୟ ରଙ୍ଗର ପୋଷାକ ପିନ୍ଧିବା ଉଚିତ୍‍। ଏପରି କରିବା ଦ୍ୱାରା ଦିନଟି ଖୁବ୍‍ ଭଲ ରହିଥାଏ।

Leave A Reply