ହାଇଦର ଫେରିଲା, କଡା ସୁରକ୍ଷା ମଧ୍ୟରେ କଟକ ଗଲା

ଭୁବନେଶ୍ୱର: କୁଖ୍ୟାତ ଅପରାଧୀ ହାଇଦରକୁ ଭୁବନେଶ୍ୱରକୁ ଅଣାଯାଇଛି। ଗତକାଲି ତେଲେଙ୍ଗାନାରେ ହାଇଦରକୁ ଗିରଫ କରାଯାଇଥିଲା। ତେଲେଙ୍ଗାନା ପୋଲିସ ସହଯୋଗରେ ହାଇଦରକୁ ସାଙ୍ଗାରେଡିରୁ ଗିରଫ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଚିକିତ୍ସାଧୀନ ସମୟରେ ଗତ ୧୦ତାରିଖରେ କଟକ ବଡମେଡିକାଲୀ ସର୍ଜରୀ ୱାର୍ଡରୁ ହାଇଦର ଖସି ପଳାଇଥିଲା। ତାକୁ ହାଇଦରାବାଦରୁ ବିମାନ ଯୋଗେ ଭୁବନେଶ୍ୱର କଡାସୁରକ୍ଷା ମଧ୍ୟରେ ଅଣାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରେ କମିଶନରେଟ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କଟକର ବଛା ବଛା ପୁଲିସ ଅଧିକାରୀମାନେ ବିମାନ ବନ୍ଦରରେ ଉପସ୍ଥିତ ଥିଲେ। ସେଠାରେ ହାଇଦର ପହଂଚିବା ପରେ ତାକୁ ତୁରନ୍ତ ପୁଲିସ ଗାଡିରେ ବସାଇ କଟକ ନିଆଯାଇଥିଲା। ମିଳିଥିବା ଖବର ଅନୁଯାୟୀ ତାକୁ କଟକରେ ଅଦାଲତରେ ହାଜର କରାଯିବା ପରେ ପୁଲିସ ଅଧିକ ପଚରା ଉଚରା କରି ସେ ଖସି ପଳାଇବା ସମ୍ପର୍କିତ ସମସ୍ତ ଘଟଣା ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିବ।

Comments are closed.