ନ୍ୟୁ ଜେନେରେସନ୍‌ ଆକାଶ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର : ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଏକ ସଫଳତା ହାସଲ କରିଛି। ନ୍ୟୁ ଜେନେରେସନ୍ ଆକାଶ କ୍ଷେପଣାସ୍ତ୍ରର ଆଜି ସଫଳ ପରୀକ୍ଷଣ କରାଯାଇଛି । ବାଲେଶ୍ବର ଚାନ୍ଦିପୁର ସମନ୍ବିତ ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡରୁ ଏହି ନ୍ୟୁ ଜେନେରେସନ୍‌ ଆକାଶ କ୍ଷେପଣାସ୍ତ୍ରର  ପରୀକ୍ଷଣ କରାଯାଇଥିଲା। ଏହାର  ଲକ୍ଷ୍ୟଭେଦ କ୍ଷମତା ହେଉଛି ୭୦ କି.ମି।

ସ୍ଥଳଭାଗରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ପ୍ରଣାଳୀର ନିଖୁଣ ପ୍ରଦର୍ଶନ ସମ୍ପୂର୍ଣ୍ଣ ପ୍ରମାଣିତ ହୋଇଛି । ଡିଆରଡିଓ ପକ୍ଷରୁ ଏହି ପରୀକ୍ଷଣ ଓ ତାର ଗତିବିଧି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଥିଲା।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏଥିପାଇଁ ଡିଆରଡିଓ ଏବଂ ସେନାବାହିନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Comments are closed.