ଡିଆରଡିଓ ପକ୍ଷରୁ ବିକଶିତ ‘ପିନାକ’ ରକେଟ ଲଞ୍ଚରର ସଫଳ ପରୀକ୍ଷା

ବାଲେଶ୍ୱର : ଚାନ୍ଦିପୁର ପ୍ରତିରକ୍ଷା ବିଭାଗ ପକ୍ଷରୁ ମଲଟି ବ୍ୟାରେଲ ରକେଟ ଲଞ୍ଜର ‘ପୀନାକ’ର ସଫଳ ପରୀକ୍ଷା କରାଯାଇଛି। ଏକାଦିକ୍ରମେ ରକେଟ ଲଞ୍ଚରରୁ ୪୮ ସେକେଣ୍ଡରେ ୬ଟି ରକେଟ ନିକ୍ଷେପ କରାଯାଇଥିଲା। ବିକଶିତ ପୀନାକ ରକେଟ ଲଞ୍ଚର ସର୍ବାଧିକ ଦୂରତା ଅତିକ୍ରମ କରି ଲକ୍ଷ୍ୟ ଭେଦ କରିଥିଲା ବୋଲି ବିଭାଗ ସୂତ୍ରରୁ ଜଣାଯାଇଛି। ଡିଆରଡିଓ, ପୁନେର ଥିବା ଲାବୋରଟୋରୀ ଏସଆରଡିଇ ଓ ଏଚଇଏମଆରଷଲ ପକ୍ଷରୁ ପୀନାକକୁ ବିକଶିତ କରାଯାଇଥିଲା। ଟେଲିମେଟ୍ରି ଓ ଇଲେକଟ୍ରୋ ଅପଟିକାଲ ଟ୍ରାକିଂ ସିଷ୍ଟମ ଦ୍ୱାରା ରକେଟର ଗତିପଥ ଉପରେ ନଜର ରଖା ଯାଇଥିଲା। ଯାହା ସଠିକ ଲକ୍ଷ୍ୟ ଭେଦ କରିଥିବା ସ୍ପଷ୍ଟ କରିଥିଲା। ଏହି ପରୀକ୍ଷାରେ ପୀନାକର ବିକଶିତ ସଂସ୍କରଣ ବ୍ୟବହାର କରାଯାଇଥିବା ବେଳେ ଏହା ପୂର୍ବରୁ ପୀନାକ ଏମକେ-ଆଇ ବଦଳରେ ସେନା ବାହିନୀ ପକ୍ଷରୁ ବ୍ୟବହାର କରାଯିବାର ଲକ୍ଷ୍ୟ ରହିଛି। ଏହି ସଫଳତା ପରେ ରକେଟ ଲଞ୍ଚର ନିର୍ବାଣ ଓ ପରୀକ୍ଷା ଦିଗରେ ଭାରତ ଆଉ ପାଦେ ଆଗକୁ ଯାଇ ପାରିଛି ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.