ଦ୍ରାବିଡ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ନେଇ ବିସିସିଆଇ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ରବି ଶାସ୍ତ୍ରୀଙ୍କ ସ୍ଥାନ ନେବେ ଦ୍ରାବିଡ଼। ୟୁଏଇରେ ଚାଲଥିବା ଟ୍ବେଣ୍ଟି୨୦ ବିଶ୍ବକପ ପରେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷହେବ। ଏହାପରେ ଦ୍ରାବିଡ଼ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ତୁଲଇେବ। ସୁଲକ୍ଷଣ ନାଏକ ଓ ଆର.ପି ସିଂହଙ୍କୁ ନେଇ ଗଠିତ ବିସିସିଆଇ କ୍ରିକେଟ ଉପଦେଷ୍ଟା କମିଟି ଦ୍ରାବିଡ଼ଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ଦେଇଛି। ଦ୍ରାବିଡ଼ ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ୍ରୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ।

ବିସିସିଆଇ ପକ୍ଷରୁ ମୁଖ୍ୟ ପ୍ରଶିକ୍ଷକ ସହ ଦଳର ନିର୍ଦେଶକ ଦାୟିତ୍ବକୁ ସଫଳତାର ସହିତ ତୁଲାଇଥିବାରୁ ରବି ଶାସ୍ତ୍ରୀ, ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର, ଫିଲ୍ଡିଂ ପ୍ରଶିକ୍ଷକ ଆର. ଶୀଧର ଓ ବୋଲିଂ ପ୍ରଶିକ୍ଷକ ଭାରତ ଅରୁଣଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଶାସ୍ତ୍ରୀଙ୍କ ପ୍ରଶିକ୍ଷଣରେ ଭାରତ ଆଇସିସି ଟେଷ୍ଟ ଚମ୍ପିଆନସିପ୍ର ଫାଇନାଲରେ ପହଞ୍ଚିବାରେ ସଫଳ ହୋଇଥିଲା। ‘ଦ ୱାଲ୍’ ଭାବେ ପରିଚିତ ଥିବା ଦ୍ରାବିଡ଼ଙ୍କ ବ୍ୟାଟିଂ ଟେକ୍ନିକ୍ ପାଇଁ ବିଶ୍ବ କ୍ରିକେଟରେ ସ୍ବତନ୍ତ୍ର ସ୍ଥାନ ଦେଇଥିଲା। ଦ୍ରାବିଡ଼ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି ହେବା ପରେ ଭାରତୀୟ ଦଳ ଅଧିକ ସଫଳତା ହାସଲ କରିବା ନେଇ ଆଶା କରାଯାଉଛି। ଖୁବ୍ ଶୀଘ୍ର ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ପ୍ରଶିକ୍ଷକଙ୍କ ନାମ ଘୋଷଣା କରାଯିବ।

Comments are closed.