ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିଲେ କୋହଲି

0

ମେଲବୋର୍ଣ୍ଣ : ଏଠାରେ ଚାଲିଥିବା ତୃତୀୟ କ୍ରିକେଟ ଟେଷ୍ଟର ଦ୍ବିତୀୟ ଦିନରେ ଭାରତୀୟ ଅଧିନାୟକ ବିରାଟ କୋହଲି ୮୨ ରନ ସ୍କୋର କରିଛନ୍ତି। ଏହି ଅବସରରେ କୋହଲି ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କ ୧୬ ବର୍ଷର ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି। ଭାରତୀୟ କ୍ରିକେଟରଭାବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ବିଦେଶମାଟିରେ କୋହଲି ସର୍ବାଧିକ ଟେଷ୍ଟ ରନ ସ୍କୋର କରିଛନ୍ତି। ଦ୍ରାବିଡ ୨୦୦୨ରେ ବିଦେଶମାଟିରେ ଖେଳାଯାଇଥିବା ଟେଷ୍ଟରେ ମୋଟ ୧୧୩୭ ରନ କରିଥିଲେ। ମେଲବୋର୍ଣ୍ଣରେ ଅର୍ଦ୍ଧଶତକ ହାସଲ କରିବା ଅବସରରେ କୋହଲି ଏହି ରେକର୍ଡ ଭଙ୍ଗ କରିଛନ୍ତି।

Leave A Reply