ଦିଲ୍ଲୀ ଅଭିମୁଖେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ବିଜେପି ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥିନୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରୁ ସକାଳ ୯ଟା ୪୦ରେ ସେ ଦିଲ୍ଲୀ ଯାତ୍ରା କରିଛନ୍ତି । ଦ୍ରୌପଦୀଙ୍କୁ ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥିନୀ କରାଯାଇଥିବା ବେଳେ ଦ୍ରୌପଦୀଙ୍କୁ ନେଇ ସାରା ରାଜ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳୁଛି ।

 

ଭୁବନେଶ୍ୱର ସ୍ଥିତ ଏମସିଏଲ୍‌ ଗେଷ୍ଟ ହାଉସରେ ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଶୁଭେଚ୍ଛୁଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା । ଦ୍ରୌପଦୀ ମୁର୍ମୁ ଗେଷ୍ଟ ହାଉସରୁ ବାହାରି ସିଧା ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଅନେକ ଶୁଭେଚ୍ଛୁ ଶୁଭେଚ୍ଛା ଜଣାଇଥିଲେ । ଦିଲ୍ଲୀ ଯାତ୍ରା କରିବା ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।  ବିମାନବନ୍ଦର ସମତେ ଗେଷ୍ଟ ହାଉସରେ ମଧ୍ୟ ଶୁଭେଚ୍ଛୁଙ୍କ ଗହଳି ରାଗିରହିଥିବା ଦେଖିବାକୁ ମିଳିଥିଲା ।

Comments are closed.