ବେଫିକର ମଦ୍ୟପ, ମଝି ରାସ୍ତାରେ ନାଟକ

ବଲାଙ୍ଗିର : ମଦ୍ୟପମାନେ ଏବେ ବେଫିକର । ମଦ ପେଟେ ପିଇ ଦେଇ ଆଉ ରହି ପାରୁ ନାହାନ୍ତି । ବୁଧବାର ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ବଲାଙ୍ଗିର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ । କାର୍ଯ୍ୟାଳୟ କାନ୍ଥରେ ଆଉଜି ଶୋଇଥିଲେ ଏହି ମଦ୍ୟପ ଜଣଙ୍କ । ଓବିସି ମଞ୍ଚର ନେତାଏ ଭାଷଣ ଦେବା ଶୁଣି ଉଠି ପଡିଥିଲେ । ନିଶା କିନ୍ତୁ ଉତୁରି ନଥିଲା । ଏଣେତେଣେ ଗୋଡ ପକାଇ ବିଚ୍ ରାସ୍ତା ଉପରକୁ ଆସି ଯାଇଥିଲେ। ତା’ପରେ କି ଅଙ୍ଗ ଭଙ୍ଗି ! ବେଶ କିଛି ସମୟ ଏଭଳି ଅଙ୍ଗ ଭଙ୍ଗି ଦେଖାଇବା ପରେ ଓବିସି ନେତାଏ ସେଠାରେ ମୁତୟନ ପୁଲିସଙ୍କୁ ଅନୁରୋଧ କରିଥିଲେ ମଦ୍ୟପଙ୍କୁ ସେଠାରୁ ତଡିବା ପାଇଁ। ପୁଲିସ କାହିଁକି ମୁଣ୍ଡ ପୂରାଇବ। ମଦ୍ୟପଙ୍କ ପାଖ ଦେଇ ଯାଉଥିବା ବଳଦକୁ ସେ ଛାଡି ନଥିଲେ । କୁଣ୍ଢେଇ ଧରିବା ସହ ତାକୁ ଗେଲ କରିବା, ମାଡି ବସିବାରୁ ବଳଦ ବି ସେଠାରୁ ପଳାଇ ଯାଇଥିଲା । ଏହାପରେ ଥାନା ସମ୍ମୁଖ ମଝି ଛକରେ ମଦ୍ୟପ ବାବୁ ଲମ୍ବ ହୋଇ ଶୋଇ ଯାଇଥିଲେ । ଯିଏ ବି ସେହି ରାସ୍ତା ଦେଇ ଯାଉଥିଲେ ସେମାନେ ବି ଭୟ ପାଉଥିଲେ।

Comments are closed.