ନର୍ଦ୍ଦମା ପାଣିରେ ଉବୁଡୁବୁ ପଟେଲ କଲୋନୀ 

କଣ୍ଟାବାଞ୍ଜି : ବଲାଙ୍ଗିରର କଣ୍ଟାବାଞ୍ଜି ସହରରେ ନୂତନ ଭାବରେ ବସତି ସ୍ଥାପନ କରିଥିବା ପଟେଲ କଲୋନୀରେ ବର୍ଷା ହେଲେ ରାସ୍ତା ମଝିରେ ନର୍ଦ୍ଦମା ପାଣି ପଶି ଉବୁଡୁବୁ ହେଉଥିବା ବେଳେ ଯାତାୟତ କରୁଥିବା ବସ୍ତି ବାସିନ୍ଦା ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଘରୁ ବାହାରିଲେ ତଳକୁ ରୋଡ ପାଣିରେ ଯାତାୟତ କରୁଥିବା ଛୋଟ ଛୋଟ ସ୍କୁଲ ଶିଶୁମାନେ ଚଲାବୁଲା କରିବା ପାଇଁ ଭୟ କରୁଛନ୍ତି । ପଟେଲ କଲୋନୀକୁ ଯାଇଥିବା ନାଳରେ ମଇଳା ଜାମ ହୋଇ ରାସ୍ତା ଉପରକୁ ନର୍ଦ୍ଦମା ପାଣି ପ୍ରବାହିତ ହେଉଥିବା ଯୋଗୁଁ ସେଥିରେ ବର୍ଷାପାଣି ମିଶିଗଲେ ଆଣ୍ଟୁଏ ପାଣିରେ ଯିବାକୁ ପଡୁଛି ବସ୍ତିବାସିନ୍ଦାଙ୍କୁ । ସ୍ଥାନୀୟ ଏନ୍‍.ଏ.ସିରେ ବହୁ ଅଭିଯୋଗ ପରେ ମଧ୍ୟ ଏହାର ପ୍ରତିକାର ହେଉନାହିଁ । ଏନ୍‍.ଏ.ସି. ଯେଉଁ ପକ୍କା ରାସ୍ତା ନିର୍ମାଣ କରିଛି ତାହା ଘର ଠାରୁ ତଳ ସ୍ତରରେ ତିଆରି ହୋଇଥିବା ଯୋଗୁଁ ନାଳ ପାଣି ଜମି ଶିଉଳି ଲାଗିବା ସହ ଦୁର୍ଗନ୍ଧ ହେବା ଯୋଗୁଁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ତେଣୁ ଏହାର ନିରାକରଣ ଯଥାଶୀଘ୍ର ଏନ୍‍.ଏ.ସି. ପ୍ରଶାସନ ତରଫରୁ ନ କଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ବସ୍ତିବାସିନ୍ଦା ଚେତାବନୀ ଦେଇଛନ୍ତି।

Comments are closed.