ରାଜ୍ୟରେ ୧୦୭ ପୈାର ପରିଷଦ ଅଧ୍ୟକ୍ଷ ପାଇଁ ଚିଠା ସଂରକ୍ଷଣ ତାଲିକା ପ୍ରକାଶିତ

  • ୧୫ ଦିନ ମଧ୍ୟରେ ଆପତ୍ତି ଅଭିଯୋଗ ଜଣାଇହେବ; ତାହାପରେ ପ୍ରକାଶ ପାଇବ ଚୂଡାନ୍ତ ତାଲିକା

ଭୁବନେଶ୍ୱର: ରାଜ୍ୟର ୧୦୭ଟି ପୌର ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚିଠା ସଂରକ୍ଷଣ ତାଲିକା ଆଜି ପ୍ରକାଶ ପାଇଛି । ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ତାଲିକା ପ୍ରକାଶ କରାଯିବା ସହିତ ଏହା ଉପରେ କାହାର ଯଦି କୌଣସି ଆପତ୍ତି ଅଭିଯୋଗ ରହିଥାଏ ତେବେ ସେ ସମ୍ପର୍କରେ ୧୫ ଦିନ ମଧ୍ୟରେ ଜଣାଇବାକୁ ସମୟ ଦିଆଯାଇଛି । ତାହାପରେ ଚୂଡାନ୍ତ ତାଲିକା ପ୍ରକାଶ କରାଯିବ । ୧୦୭ ପୌରାଧ୍ୟକ୍ଷ ପଦ ମଧ୍ୟରୁ ୯ଟି ପଦ ଅନୁସୂଚିତ ଜାତିର ମହିଳା, ୪୦ ଜଣ ମହିଳା, ୮ଟି ପଦ ଅନୁସୂଚିତ ଜାତି, ୫ଟି ଅନୁସୂଚିତ ଜନଜାତି ମହିଳା, ୩ଟି ଅନୁସୂଚିତ ଜନଜାତି, ୧୭ଟି ପଦ ଅସଂରକ୍ଷିତ ରଖାଯାଇଥିବାବେଳେ ୨୫ଟି ପଦ କେବଳ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ଏଠାରେ ସମୁଦାୟ ଚିଠା ସଂରକ୍ଷଣ ତାଲିକା ସଂଯୁକ୍ତ କରାଯାଇଛି ।

Comments are closed.