ଭାରତରେ ପ୍ରତି ୨୪ଟି ପରୀକ୍ଷାରେ ଗୋଟିଏ ପଜିଟିଭ୍

ନୂଆଦିଲ୍ଲୀ: ଅନ୍ୟ ଦେଶଗୁଡ଼ିକଠାରୁ ଭାରତ କରୋନା ସଂକ୍ରମଣ କ୍ଷେତ୍ରରେ  ଯଥେଷ୍ଟ ଭଲ ସ୍ଥିତିରେ ରହିଛି ।  ଜାପାନରେ ଜଣେ ୧୧.୭ ପରୀକ୍ଷାରେ ଗୋଟିଏ ସଂକ୍ରମିତ ମିଳୁଥିବାବେଳ ଇଟାଲୀରେ ୬.୭ ପରୀକ୍ଷାରେ ଗୋଟିଏ, ଆମେରିକାରେ ୫.୩ ଓ ଇଂଲଣ୍ଡରେ ୩.୪ ଅନୁପାତରେ ଜଣେ ସଂକ୍ରମିତ ମିଳୁଛନ୍ତି । ମାତ୍ର ଭାରତରେ ପ୍ରତିଟି ୨୪ଟି ନମୁନା ପରୀକ୍ଷାରେ ହାରାହାରି ଜଣେ ସଂକ୍ରମିତ ଥିବା ଜଣାପଡ଼ିୁଛି । ଏହି ସୂଚନା ଦେଇଛନ୍ତି ଇଣ୍ଡିଆନ କାଉନସିଲ ଅଫ୍ ମେଡ଼ିକାଲ ରିସର୍ଚ (ଆଇସିଏମଆର୍)ର ବରିଷ୍ଠ ଅଧିକାର ଡ଼ା. ରମଣ ଆର୍ ଗଙ୍ଗାଖେଦକର ।

 

Comments are closed.