ଡ଼କ୍ଟର ସଦାଶିବ ତ୍ରିପାଠୀ ଜୟନ୍ତୀ ପାଳିତ

ନବରଙ୍ଗପୁର: ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଡକ୍ଟର ସଦାଶିବ ତ୍ରିପାଠୀଙ୍କ ଜନ୍ମଦିନ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ପାଳନ କରାଯାଇଛି। ମହାମାରୀ କରୋନ। କଟକଣା ଯୋଗୁଁ ସୀମିତ ପଦାଧିକାରୀ ବ୍ୟକ୍ତିବିଶେଷ ଗଣମାଧ୍ୟମର ପ୍ରତିନିଧିଙ୍କୁ ନେଇ ସଦାଶିବ ପାର୍କ ସ୍ଥିତ ସଦାଶିବ ତ୍ରିପାଠୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପ-ଜିଲ୍ଲାପାଳ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମୁଖ ଯୋଗଦେଇ ସଦାଶିବ ତ୍ରିପାଠୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

Comments are closed.