ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର ତଥା ସାରସ୍ବତ ସାଧକ ଡଃ ରତ୍ନାକର ଚଇନିଙ୍କ ପରଲୋକ

କଟକ : ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର ତଥା ସାରସ୍ବତ ସାଧକ ଡଃ ରତ୍ନାକର ଚଇନିଙ୍କ ଶନିବାର ଅପରାହ୍ନରେ ତାଙ୍କ କଟକ ବାଦାମବାଡ଼ି ସ୍ଥିତ ବାସଭବନରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସେ ୧୯୪୫ ମସିହାରେ କଟକର ସାଲେପୁର ଠାରେ ଜନ୍ମ ଗ୍ରହଣ କରିଥିଲେ। ସେ ପ୍ରଥମେ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବରେ କାର୍ଯ୍ୟ କରିବା ସହ ସାହିତ୍ୟ ପାଇଁ ଜୀବନବ୍ୟାପି ସଂଗ୍ରାମ ଜାରି ରଖିଥିଲେ। ଉତ୍କଳ ସାହିତ୍ୟ ସମାଜର ଉପଦେଷ୍ଟା ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କର ବିୟୋଗରେ ସାହିତ୍ୟ ଜଗତରେ ଶୋକରେ ଛାୟା ଖେଳିଯାଇଛି।

Comments are closed.