ଡାକ୍ତର ରମାରମଣ ମହାନ୍ତି ନୂଆ ଡିଏମ୍‌ଇଟି

ଭୁବନେଶ୍ୱର : ରାଜ୍ୟ ଭେଷଜ ଶିକ୍ଷା ଓ ତାଲିମ ନିର୍ଦେଶକ (ଡିଏମଇଟି) ଭାବେ ପ୍ରଫେସର ଡାକ୍ତର ରମାରମଣ ମହାନ୍ତିଙ୍କୁ ନିଯୁକ୍ତି ମିଳିଛି। ଡିଏମଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତି ଆସନ୍ତା ୩୧ ତାରିଖରେ ଚାକିରିରୁ ଅବସର ନେଉଥିବାରୁ ତାଙ୍କ ସ୍ଥାନରେ ରମାରମଣଙ୍କୁ ଏହି ନୂତନ ନିଯୁକ୍ତି ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶୁକ୍ରବାର ଜାରି ବିଜ୍ଞପ୍ତି ଅନୁସାରେ, ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଅଧ୍ୟକ୍ଷ ଦାୟିତ୍ବରେ ପ୍ରଫେସର ଡାକ୍ତର ରମାରମଣ ମହାନ୍ତି ସଂପ୍ରତି କାର୍ଯ୍ୟରତ ଅଛନ୍ତି। ତାଙ୍କୁ ରାଜ୍ୟର ପରବର୍ତ୍ତୀ ଡିଏମଇଟି ଭାବେ ଦାୟିତ୍ୱ ନ୍ୟସ୍ତ କରାଯିବ। ସେ ୩୧ ତାରିଖ ଅପରାହ୍ନରୁ ଏହି ଦାୟିତ୍ୱ ତୁଲାଇବେ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ଡାକ୍ତର ସିବିକେ ମହାନ୍ତି ୨୦୧୯ ନଭେମ୍ବର ୪ ତାରିଖରେ ରାଜ୍ୟ ଡିଏମଇଟି ଭାବେ ନିଯୁକ୍ତି ପାଇଥିଲେ। ଆସନ୍ତା ୩୧ତାରିଖରେ ସେ ସରକାରୀ ଚାକିରିରୁ ଅବସର ନେଉଛନ୍ତି।

Comments are closed.