ପ୍ରଫୁଲ୍ଲ ମାଝି କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ବର : ତଳସରାର ପୂର୍ବତନ ବିଧାୟକ ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିବା ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି।

ସୋମବାର ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସରୁ ଇସ୍ତଫା ଦେବା କଥା ଘୋଷଣା କରିଛନ୍ତି ପୂର୍ବତନ ବିଧାୟକ ଡ. ପ୍ରଫୁଲ୍ଲ ମାଝି । ଏ କଥା ବିଭିନ୍ନ ଗଣମାଧ୍ୟମରେ ଆସିବା ପରେ ତାଙ୍କୁ ଦଳ ବହିଷ୍କାର କରିଛି। ଡ. ମାଝୀ କହିଥିଲେ ଯେ ସମର୍ଥକ ଓ ଶୁଭେଚ୍ଛୁଙ୍କ ସହିତ ଆଲୋଚନା କରିବା ପରେ ସେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ସହିତ ତାଙ୍କର ସମର୍ଥକ ଓ ଶୁଭେଚ୍ଛୁ ବି ଦଳ ଛାଡ଼ିବେ। ଦଳ ସେମାନଙ୍କୁ ଉପେକ୍ଷା ଓ ଅବହେଳା କରିଛି। ସେ ରାଜନୀତି ଛାଡ଼ିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। କଂଗ୍ରେସ ଛାଡ଼ି ସେ ଅନ୍ୟ ଦଳରେ ଯୋଗ ଦେବେ ବୋଲି କହିଥିଲେ ।

Comments are closed.