ଡ. ପ୍ରଭାସ ଆଚାର୍ଯ୍ୟ ଲୋକସେବକ ମଣ୍ଡଳ ଆଜୀବନ ସଦସ୍ୟ

ନୂଆଦିଲ୍ଲୀ: ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ କାର୍ଯ୍ୟକରିଣୀରେ ସର୍ବସମ୍ମତ କ୍ରମେ ସମାଜସେବୀ ଡ଼.ପ୍ରଭାସ ଆଚାର୍ଯ୍ୟଙ୍କୁ ଆଜୀବନ ସଦସ୍ୟ ଭାବେ ଗ୍ରହଣ କରାଯାଇଛି। ଡ. ଆଚାର୍ଯ୍ୟ ତିନି ଦଶନ୍ଧିରୁ ଅଧିକ କାଳ ଲୋକସେବକ ମଣ୍ଡଳ ସହ ସମୃକ୍ତ ରହି ବିବିଧ ସେବା ମୂଳକ କାର୍ଯ୍ୟ କରିବା ସହ ରେଳବାଇରେ ଇଞ୍ଜିନିୟର ଚାକିରୀ ଛାଡି ଆଜୀବନ କର୍ମୀ ଭାବେ ନଅ ବର୍ଷ ଧରି କାର୍ଯ୍ୟ କରିଛନ୍ତି। ସେ ଲୋକସେବକ ମଣ୍ଡଳର ଅନ୍ୟ ଦାୟିତ୍ବ ସହ ଗୁଜରାଟ ଭାବନଗର ଶାଖାର ସଦସ୍ୟ ଇନ୍ଚାର୍ଜ ଦାୟିତ୍ବ ତୁଲାଇବେ। ସାମ୍ବାଦିକତା ଓ ଗଣ ଯୋଗାଯୋଗର ଅଧ୍ୟାପକ ତଥା ଦୂରଦର୍ଶନର ଜଣେ ସଫଳ ସଂବାଦ ପାଠକ ଭାବେ ସେ ସୁପରିଚିତ। ଗାନ୍ଧୀ ଗୋପବନ୍ଧୁଙ୍କ ଜୀବନୀ ସମେତ ସେ ଶତାଧିକ ଡ଼କୁମେଣ୍ଟାରୀ ନିର୍ଦେଶନା ଦେଇଛନ୍ତି। ବିଭିନ୍ନ ସମ୍ବାଦପତ୍ର ଓ ପତ୍ର ପତ୍ରିକାରେ ତାଙ୍କର ସାରସ୍ୱତ ସ୍ବାକ୍ଷର ରହିଛି।